ମୁମ୍ବାଇ: ଆଲିୟା ଭଟ୍ଟ ଓ ରଣବୀର କପୁର ବର୍ତ୍ତମାନ ନିଜ ଲଭଲାଇଫକୁ ଖୁଲମଖୁଲା ଏନଜୟ କରୁଛନ୍ତି । ଶୁକ୍ରବାର ଦୁଇଜଣ ଏକାଠି ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମ ଦେଖିବାକୁ ଯାଇଥିବାର ନଜର ଆସିଥିଲେ । ଦୁଇଜଣ ପରସ୍ପର ପାଇଁ ସିରିୟସ ଅଛନ୍ତି ବୋଲି ସବୁବେଳେ ଶୁଣିବାକୁ ମିଳୁଛି । ତେବେ ପ୍ରେମରେ ଅଛନ୍ତି ସତ କିନ୍ତୁ ଦୁଇଜଣ ଶୀଘ୍ର ବିବାହ କରିବେ ନାହିଁ ବୋଲି ଏକ ସାକ୍ଷାତକାରରେ କହିଥିଲେ ।
ଅନ୍ୟପଟେ ରଣବୀରଙ୍କ ପରିବାର ମଧ୍ୟ ଆଲିୟାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି । ସେ ଏବେ ଠାରୁ ତାଙ୍କୁ ବୋହୂ ପରି ଦେଖିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସବୁଠାରୁ ବେଶୀ ରଣବୀରଙ୍କ ମାଆ ଅର୍ଥାତ୍ ଅଭିନେତ୍ରୀ ନୀତୁ ସିଂହ ଆଲିୟାଙ୍କୁ ଖୁବ୍ ପସନ୍ଦ କରନ୍ତି । ପୁରା କପୁର ପରିବାର ଆଲିୟାଙ୍କୁ ନିଜ ପରିବାର ଅଂଶ ମାନିସାରିଲେଣି । ଆଉ ବାକି ରହିଲା ଦୁଇଜଣଙ୍କ ବିବାହ ।