ଓଡିଶା

odisha

ETV Bharat / sitara

ଜାଣନ୍ତୁ, ଅଭିନେତା ରଣବୀର ପିତାଙ୍କ ଇଚ୍ଛା

ରଣବୀର ଖୁବ୍ ଶୀଘ୍ର ବିବାହ କରନ୍ତୁ ବୋଲି ଚାହୁଁଛନ୍ତି ତାଙ୍କ ପିତା ଋଷି କପୁର । ବର୍ତ୍ତମାନ ନ୍ୟୁୟର୍କରେ ରହୁଥିବା ଋଷି ଖୁବ୍ ଶୀଘ୍ର ଭାରତ ଆସି ପୁଅ ବିବାହ କାର୍ଯ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଡିଜାଇନ ଫଟୋ

By

Published : Apr 2, 2019, 9:59 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ରଣବୀର କପୁର ରିଲେସନଶିପ ଓ ବିବାହ ଖବର ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି । ଏଯାବତ କିନ୍ତୁ ଦୁଇଜଣ ନିଜ ପ୍ରେମ ଉପରେ ମୋହର ଲଗାଇନାହାଁନ୍ତି । ଖବର ଅନୁଯାୟୀ ଏହି ପ୍ରେମୀ ଯୁଗଳ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି । ଶୁଣିବାକୁ ମିଳୁଛି ଯେ ସ୍ବିଜରଲ୍ୟାଣ୍ଡର ସେଣ୍ଟ ମାରିଟଜରେ ଆଣ୍ଠୁ ମାଡି ରଣବୀର, ଆଲିୟାଙ୍କୁ ପ୍ରପୋଜ କରିଥିଲେ । ଅନ୍ୟପଟେ ଏହି କଥାର ଘୋଷଣା ଦୁଇ ଜଣ କରିନାହାଁନ୍ତି।

ପ୍ରକାଶ ଥାଉକି ବିଶିଷ୍ଟ ଅଭିନେତା ଏବଂ ରଣବୀରଙ୍କ ପିତା ଋଷି କପୁର ଏବେ ନ୍ୟୁୟର୍କରେ ନିଜର ଚିକିତ୍ସା କରାଉଛନ୍ତି । ଖୁବ୍ ଶୀଘ୍ର ସେ ରଣବୀର ଓ ଆଲିୟାଙ୍କ ବିବାହ ପ୍ରସ୍ତୁତି କରିବା ପାଇଁ ଭାରତ ଆସିପାରନ୍ତି । ଏହା ପୂର୍ବରୁ ମଧ୍ୟ ଋଷି ଅନେକ ସାକ୍ଷାତକାରରେ ପୁଅ ରଣବୀରଙ୍କ ବିବାହର ଇଚ୍ଛା ପ୍ରକାଶ କରିସାରିଛନ୍ତି । ସେ ଚାହୁଁଛନ୍ତି କି ରଣବୀର ଏବେ ସେଟେଲ ହୋଇଯାଆନ୍ତୁ ଏବଂ ନିଜ ଘର ସଂସାର କରୁନ୍ତୁ।

ପ୍ରାୟତଃ ରଣବୀର ଓ ଆଲିୟାଙ୍କୁ ଏକାଠି ଦେଖିବାକୁ ମିଳିଥାଏ । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓଟି ଜି ସିନେ ଆୱାର୍ଡସ ଶୋ ସମୟର ଥିଲା । ଯେତେବେଳେ 'ରାଜି' ଫିଲ୍ମ ପାଇଁ ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ପାଇଁ ଆଲିୟାଙ୍କ ନାମ ଘୋଷଣା ହୋଇଥିଲା । ରଣବୀର ଏହି ଅବସରରେ ତାଙ୍କୁ ଆଲିଙ୍ଗନ କରି ଗାଲରେ କିସ୍ କରିଥିଲେ । କିନ୍ତୁ ସେହି ସମୟରେ ଦୁଇଜଣଙ୍କ କନଫ୍ୟୁଜନ ଦେଖି ଫ୍ୟାନ୍ସଙ୍କୁ ଏହା ଲାଗୁଥିଲା କି ହୁଏତଃ ଦୁଇଜଣ ପରସ୍ପରକୁ ଲିପ୍ କିସ କରିବାକୁ ଚାହୁଁଥିଲେ।

ABOUT THE AUTHOR

...view details