ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'କୁ ଦେଖିବା ପାଇଁ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ସବୁଠାରୁ ଅଧିକା ଫିଲ୍ମରେ ଆଲିୟା ଭଟ୍ଟଙ୍କ ଲୁକ୍ସକୁ ଖୁବ୍ ପ୍ରଂଶସା ମିଳିବାରେ ଲାଗିଛି । ଫିଲ୍ମ ଟ୍ରେଲର, ଟିଜର, ଗୀତରେ ଆଲିୟାଙ୍କ ଲୁକ ଶାନଦାର ନଜର ଆସିଥିଲା । ତାଙ୍କ ଚାଲିଚଳଣ ଠାରୁ ନେଇ ପୋଷାକ ପର୍ଯ୍ୟନ୍ତ ଏବଂ ଡାଇଲଗ କହିବାର ଅନ୍ଦାଜ ଦର୍ଶକଙ୍କୁ ଇମ୍ପ୍ରେସ କରିବାରେ ସଫଳ ହୋଇଛି । ଫିଲ୍ମ ରିଲିଜ ହେବାକୁ ଆଉ ସପ୍ତାହେ ବାକି ଅଛି । କିନ୍ତୁ ଇତିମଧ୍ୟରେ ଆଲିୟା ନିଜ ଲୁକକୁ ନେଇ ବଡ ଖୁଲାସା କରିଛନ୍ତି ।
ଏକ ସାକ୍ଷାତକାରରେ ଆଲିୟା କହିଥିଲେ କି ସେ ନିଜ ବଡି ଲ୍ୟାଂଗ୍ବେଜ ଏବଂ ଭାଷା ସୁଧାରିବା ପାଇଁ ଅନେକ ପୁରୁଣା ଫିଲ୍ମ ଦେଖିଥିଲେ । କାରଣ ଫିଲ୍ମରେ ତାଙ୍କୁ ଉର୍ଦ୍ଦୁ କହିବାର ଥିଲା । ଫିଲ୍ମରେ ତାଙ୍କ ଚରିତ୍ରଟି ଏପରି ହିଁ ଲେଖାଯାଇଛି । ଯେଉଁ ଚରିତ୍ରଟି ଆପଣଙ୍କୁ ସବୁବେଳେ ଖୁସି ନଜର ଆସିବ ନାହିଁ । ସେ ପୂର୍ବରୁ ବୁଝିପାରୁନଥିଲେ ଫିଲ୍ମର ପ୍ରସ୍ତୁତି କିପରି କରିବେ । ସେହି ସମୟରେ ଫିଲ୍ମ ନିର୍ଦ୍ଦେଶକ କହିଥିଲେ କି କିଛି ପୁରୁଣା ଫିଲ୍ମ ଦେଖିବାକୁ । ସେହି ଫିଲ୍ମ ମଧ୍ୟରେ 'ଉମରାଓ ଜାନ', 'ମୁଗଲ-ଏ-ଆଜମ', 'ମଧୁମତି' ଏବଂ ଅନ୍ୟ ପିରିୟଡ ଫିଲ୍ମ ସାମିଲ ଥିଲା ।