ମୁମ୍ବାଇ: ନବାଗତା ପ୍ରଯୋଜିକା ଭାବେ ଇନଷ୍ଟାଗ୍ରାମରେ ନିଜ ଭାବନା ସେୟାର କଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ନିଜେ ଅଭିନୀତ ଫିଲ୍ମ 'Darlings'ରେ ପ୍ରଯୋଜନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ଆଲିଆ ଲେଖିଛନ୍ତି ଯେ ମୁଁ ସବୁବେଳେ ପ୍ରଥମେ ଅଭିନେତ୍ରୀ ହିଁ ରହିବି । ଆଲିଆ ତାଙ୍କ ମେକଅପ୍ ରୁମରୁ ନିଜର ଏକ ବ୍ଲାକ ଆଣ୍ଡ ହ୍ବାଇଟ୍ ଫଟୋ ପୋଷ୍ଟ କରିବା ସହ ନିଜ ଫିଲ୍ମ ଷ୍ଟାର୍ଟ କରିବା ପୂର୍ବରୁ ସେ ନିଜର ନର୍ଭସନେସ୍ ସେୟାର କରିଛନ୍ତି । 'ମୁଁ ଜାଣେ ନାହିଁ ଏହା କଣ....ଏକ ନୂଆ ଫିଲ୍ମ ଆରମ୍ଭ କରିବାର ଗୋଟିଏ ରାତି ପୂର୍ବରୁ ମୁଁ ମୋ ଦେହରେ କିଛି ନର୍ଭସ ଅନୁଭବ କରୁଛି' ବୋଲି 28 ବର୍ଷୀୟ ଏହି ଷ୍ଟାର ନିଜ ଇନଷ୍ଟାରେ ଲେଖିଛନ୍ତି ।
ଆଲିଆ ଆହୁରି ମଧ୍ୟ ଲେଖିଛନ୍ତି ଯେ 'ମୁଁ ଅନୁମାନ କରୁଛି ଏହି ନର୍ଭସ ଫିଲିଙ୍ଗ କେବେ ଦୂର ହେବ ନାହିଁ ଏବଂ ଏହା ଦୂର ହେବା ମଧ୍ୟ ଉଚିତ୍ ନୁହେଁ । କାରଣ ନର୍ଭସ ହେବା ଏବଂ ଅନିଶ୍ଚିତତା ଅନୁଭବ କରିବା ଅର୍ଥ ତୁମେ ପ୍ରକୃତରେ ପୋଷ୍ଟସ୍କ୍ରିପ୍ଟ ପ୍ରତି ଯତ୍ନବାନ ଅଛ । ପ୍ଲିଜ ମୋତେ ଆର୍ଶିବାଦ କର' ବୋଲି ଆଲିଆ କହିଛନ୍ତି ।