ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଓ ଅକ୍ଷୟ ଖାନ୍ନା ଅଭିନୀତ ଫିଲ୍ମ ‘ସେକ୍ସନ 375’ ରିଲିଜ ହେବାକୁ ପ୍ରସ୍ତୁତ । ଇତିମଧ୍ୟରେ ମଙ୍ଗଳବାର ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଆଉ କୋର୍ଟରୁମ ଡ୍ରାମାକୁ ନେଇ ପର୍ଯ୍ୟବେଷିତ ‘ସେକ୍ସନ 375’ ଟ୍ରେଲର ।
‘ଗୋଟିଏ ମିଛ କଣ ସବୁ ସତ୍ୟକୁ ବର୍ବାଦ କରିପାରିବ’ ? ଏହି ପ୍ରଶ୍ନରୁ ଆରମ୍ଭ ହୋଇଛି ଟ୍ରେଲର । ରିଚା ଯେଉଁଠାରେ ନିଜ ଦୁଷ୍କର୍ମ ପୀଡିତା ମୀରା ଚୋପ୍ରାଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥିବାର ନଜର ଆସୁଛନ୍ତି । ସେହିଠାରେ ଅକ୍ଷୟ ପ୍ରତିପକ୍ଷ ଓକିଲ ରୂପେ ନିଜ ଦୁଷ୍କର୍ମ ଅଭିଯୁକ୍ତ ରାହୁଲ ଭଟ୍ଟକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାର ଦେଖାଯାଉଛନ୍ତି ।
ଟ୍ରେଲରରେ ଦୁଇ ଓକିଲ ଯୁକ୍ତିତର୍କ ଖୁବ୍ ଦେଖିବାକୁ ମିଳୁଛି । କିନ୍ତୁ ପରେ ଅକ୍ଷୟ ଏହି କେସକୁ ବଦଳାଇ ଏହା କହୁଥିବାର ଦେଖାଯାଇଛନ୍ତି ଯେ ସେକ୍ସନ 375ରେ ଦୁଷ୍କର୍ମକୁ ଆଧାର କରି ମହିଳାଙ୍କ ଦ୍ବାରା ଏହା ଭୁଲ ରୂପେ ବ୍ୟବହାର କରାଯାଉଛି । ଏହାପରେ କୋର୍ଟ ରାୟ କଣ ଦେଉଛନ୍ତି, ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ରିଲିଜ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
‘ସେକ୍ସନ 375’ ଅଜୟ ବହଲଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଛି । ଅକ୍ଷୟ ଓ ରିଚା ପ୍ରଥମଥର ଏହି ଫିଲ୍ମରେ ଏକାଠି କାମ କରୁଥିବାର ଦେଖାଯିବେ । ଦୀର୍ଘ ସମୟରୁ ଫିଲ୍ମଠାରୁ ଦୂରେଇ ରହିଥିବା ଅକ୍ଷୟ ପୁଣି ଅଭିନୟରେ କମବ୍ୟାକ କରିଛନ୍ତି । ସେହିପରି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର 13ରେ ରିଲିଜ ହେବ ।