ଓଡିଶା

odisha

ETV Bharat / sitara

ଅଯୋଧ୍ୟାରେ 'ରାମ ସେତୁ'ର ସୁଟିଂ; ଯୋଗୀଙ୍କୁ ଅନୁମତି ମାଗିଲେ ଅକ୍ଷୟ

ନିକଟରେ ଯୁପି ସିଏମ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି କରିବାକୁ ଘୋଷଣା କରିଥିଲେ । ଏନେଇ ଅକ୍ଷୟ ୟୁପିରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ'ର ସୁଟିଂ କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...

By

Published : Dec 4, 2020, 9:48 PM IST

akshay met-up-cm-yogi-shooting-of-ram-setu-in-up
ଅଯୋଧ୍ୟାରେ 'ରାମ ସେତୁ'ର ସୁଟିଂ କରିବାକୁ ଚାହୁଁଛନ୍ତି ଅକ୍ଷୟ, ସିଏମ ଯୋଗୀଙ୍କୁ ମାଗିଛନ୍ତି ଅନୁମତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫିଲ୍ମ ସିଟିକୁ ନେଇ ବହୁ ଚର୍ଚ୍ଚା ଜୋର ଧରିଛି । ବିଶ୍ବସ୍ତରୀୟ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଥିବା ସିଏମ୍ ଯୋଗୀ ନିକଟରେ ମୁମ୍ବାଇ ଗସ୍ତରେ ଅନେକ ସେଲିବ୍ରିଟିଙ୍କୁ ଭେଟିଥିଲେ । ଏହି ସମୟରେ ସେ ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କୁ ମଧ୍ୟ ଭେଟିଥିଲେ । ପୂର୍ବରୁ ସୂଚନା ପ୍ରକାଶ ପାଇଥିଲା ଯେ, ଫିଲ୍ମ ସିଟି ସଂପର୍କରେ ଅକ୍ଷୟ ୟୁପି ସିଏମଙ୍କୁ ଭେଟିଥିଲେ ।

ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ଅକ୍ଷୟ ୟୁପି ପାଇଁ କିଛି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' ଦେଶର ବୃହତ୍ତମ ରାଜ୍ୟରେ ସୁଟିଂ କରିବାକୁ ଚାହୁଁଛନ୍ତି । ଏହି ସଂପର୍କରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

ସିଏମଓ ଅଫିସ ଦ୍ବାରା ଜାରି ଏକ ବୟାନରେ କୁହାଯାଇଛି, ଅକ୍ଷୟ ଅଯୋଧ୍ୟାରେ 'ରାମ ସେତୁ' ଚଳଚ୍ଚିତ୍ରର ସୁଟିଂ ପାଇଁ ସିଏମ ଯୋଗୀଙ୍କ ଅନୁମତି ମାଗିଛନ୍ତି ।

ବର୍ତ୍ତମାନ ଏହି ପ୍ରସଙ୍ଗରେ ସିଏମ ଯୋଗୀଙ୍କ ମନୋଭାବକୁ ଦୃଷ୍ଟିରେ ରଖି ଅକ୍ଷୟଙ୍କୁ ଅନୁମତି ମିଳିବାକୁ ଅଧିକ ସମୟ ଲାଗିବ ନାହିଁ ବୋଲି କୁହାଯାଉଛି ।

ABOUT THE AUTHOR

...view details