ଓଡିଶା

odisha

ETV Bharat / sitara

‘ରାମ ସେତୁ’କୁ ନେଇ ଅକ୍ଷୟଙ୍କ ବଡ ଖୁଲାସା

ଉତ୍ତରପ୍ରଦେଶ ଆଗାମୀ ବିଧାନସଭା ନିର୍ବାଚନ ସମୟରେ କିଛି ଖାସ୍ କରିବାକୁ ଯାଉଛନ୍ତି ସୁପରଷ୍ଟାର ଅକ୍ଷୟ । ନିଜ ଅପକମିଂ ଫିଲ୍ମ ‘ରାମ ସେତୁ’କୁ ନେଇ ଏମିତି କଲେ ଖୁଲାସା ।

By

Published : Dec 16, 2020, 3:05 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ପାଇଁ ବର୍ତ୍ତମାନ ଖୁବ୍ ଉତ୍ସାହିତ ଅଛନ୍ତି । ଏଥର ସେ ଉତ୍ତରପ୍ରଦେଶରେ ଖେଳିବେ ଖେଳ । 2022ରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିବ ତାଙ୍କ ଜଲୱା । ଆଉ 2022ରେ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏହି ନିର୍ବାଚନ ସମୟରେ ଅକ୍ଷୟ ଫିଲ୍ମ ‘ରାମ ସେତୁ’ର ଟିଜର, ଟ୍ରେଲର ଓ ପୋଷ୍ଟର ରିଲିଜ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଫିଲ୍ମର ରିଲିଜ ତାରିଖ ପୂର୍ବରୁ ସ୍ଥିର କରିସାରିଛନ୍ତି ସେ । ନିକଟରେ ଏହି ଫିଲ୍ମର ସୁଟିଂ ପାଇଁ ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ସହ ଭେଟିଥିଲେ ଅକ୍ଷୟ । ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ।

ସେମିତି ଦେଖିବାକୁ ଗଲେ ଅକ୍ଷୟଙ୍କ ପାଖରେ ବର୍ତ୍ତମାନ ଅଧା ଡର୍ଜନ ଫିଲ୍ମ ଅଛି । ସେ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି । ‘ବଚ୍ଚନ ପାଣ୍ଡେ’, ‘ଅତରଙ୍ଗୀ ରେ’, ‘ବେଲ ବଟମ’, ‘ସୂର୍ଯ୍ୟବଂଶୀ’ ‘ପୃଥ୍ବୀରାଜ’, ଓ ‘ରାମ ସେତୁ’ ଭଳି ଫିଲ୍ମ ।

ପ୍ରକାଶ ଥାଉକି ଦିୱାଲୀ ଅବସରରେ ଅକ୍ଷୟ ‘ରାମ ସେତୁ’ର ଘୋଷଣା କରିଥିଲେ । ସେହିପରି ଫିଲ୍ମର ସୁଟିଂ ଅଯୋଧ୍ୟାରେ ହେବ । ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ କରିବେ ଷ୍ଟାର୍ସ । ଆଉ 2022ରେ ଦିୱାଲୀ ଅବସରରେ ରିଲିଜ ହେବ ଫିଲ୍ମ ।

ABOUT THE AUTHOR

...view details