ଓଡିଶା

odisha

ETV Bharat / sitara

100 ପାଉଣ୍ଡ ପାଇଁ ଝୁଲୁଛନ୍ତି ଅକ୍ଷୟ !

ହୋଲଡ ଅନ ଗେମରେ ଭାଗ ନେଲେ ଅକ୍ଷୟ । ଭିଡିଓ ସେୟାର କଲେ ପତ୍ନୀ ଟ୍ବଙ୍କିଲ ।

By

Published : Jul 17, 2019, 12:03 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟ୍ବଙ୍କିଲ ଖାନ୍ନା

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଏହି ସମୟରେ ନିଜ ବିଜି ସିଡ୍ୟୁଲରୁ ଟାଇମ ବାହାର କରି ପରିବାର ସହ ଟାଇମ ସ୍ପେଣ୍ଡ କରୁଛନ୍ତି । ଅକ୍ଷୟ ଏବେ ଛୁଟିରେ ଅଛନ୍ତି । ଆଉ ତାଙ୍କ ପତ୍ନୀ ଟ୍ବିଙ୍କିଲ ଖାନ୍ନା ସୋସିଆଲ ମିଡିଆରେ ଭ୍ୟାକେଶନର ଅନେକ ମଜାଦାର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ଇତିମଧ୍ୟରେ ସେ ସ୍ବାମୀଙ୍କ ଏକ ଭିଡିଓ ସେୟାର କରିଛନ୍ତି, କିନ୍ତୁ ଭିଡିଓରେ ସେ ଯେଉଁ କ୍ୟାପଶନ ଲେଖିଛନ୍ତି ତାହା ପଢି ସମସ୍ତେ ହସିବେ ।

କଥାଟି ହେଲା କି ଛୁଟି ମଧ୍ୟରେ ମଧ୍ୟ ଅକ୍ଷୟ ହୋଲଡ ଅନ ଗେମରେ ଭାଗ ନେଇଥିଲେ । ଯେଉଁଥିରେ ଆପଣଙ୍କୁ ନିର୍ଦ୍ଧାରିତ ସମୟ ପାଇଁ ଗୋଟିଏ ପୋଲରେ ଝୁଲି ରହିବାର ଅଛି । ଯଦି ଆପଣ ଏହି ଖେଳରେ ଜିତିଯାଉଛନ୍ତି, ତେବେ ଆପଣଙ୍କୁ 100 ପାଉଣ୍ଡ ମିଳିବ । କେଉଁଠାରେ ଏପରି ଗେମ ଚାଲିଥିବ, ଆଉ ଅକ୍ଷୟ ସେଥିରେ ଭାଗ ନେବେ ନାହିଁ ଏହା କେବେ ହୋଇଛି ନା ହେବ ।

ଅକ୍ଷୟ ମଧ୍ୟ ଏହି ଗେମରେ ଭାଗ ନେଇଥିଲେ । ଯାହାର ଭିଡିଓ ଟ୍ବିଙ୍କିଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ମଜାଦାର କ୍ୟାପସନରେ ଲେଖିଛନ୍ତି, "ଅକ୍ଷୟ ଫୋବର୍ସ ଲିଷ୍ଟରେ ନାମ ଆସିବା ପରେ ମଧ୍ୟ ଖୁସି ନାହାଁନ୍ତି ଆଉ 100 ପାଉଣ୍ଡ ମଧ୍ୟ ଜିତିବାକୁ ଚାହୁଁଛନ୍ତି ।"

ପ୍ରକାଶ ଥାଉକି ପପୁଲାର ମାଗାଜିନ ଫୋବର୍ସ ସବୁ ବର୍ଷ ବିଶ୍ବର ଅଧିକ ଆୟ କରୁଥିବା ଷ୍ଟାର୍ସଙ୍କ ସୂଚୀ ଜାରି କରିଥାଏ । ଏଥର ସାମ୍ନାକୁ ଆସିଥିବା ଏହି ତାଲିକାରେ ଏକମାତ୍ର ଭାରତୀୟ ଅଭିନେତା ଅକ୍ଷୟଙ୍କ ନାମ 33 ନମ୍ବର ସ୍ଥାନରେ ଅଛି । ସବୁବର୍ଷ ଏହି ସୂଚୀରେ ବି-ଟାଉନର ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଓ ଅକ୍ଷୟଙ୍କ ନାମ ସାମିଲ ଥାଏ । କିନ୍ତୁ ଏଥର ଅକ୍ଷୟ ଏହି ଦୁଇଷ୍ଟାରଙ୍କୁ ପଛରେ ପକାଇ ସୂଚୀରେ ନିଜ ନାମ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ।

For All Latest Updates

ABOUT THE AUTHOR

...view details