ଓଡିଶା

odisha

ETV Bharat / sitara

ଜାଣନ୍ତୁ ଖିଲାଡୀଙ୍କ ରିଜେକ୍ଟ ଫିଲ୍ମ ବିଷୟରେ...

ଖିଲାଡୀ କୁମାର ଅତୀତରେ ହିଟ୍ ଚାରୋଟି ଫିଲ୍ମକୁ ରିଜେକ୍ଟ କରିଥିଲେ । ଫିଲ୍ମ ଗୁଡିକ ହେଲା 'ରେଡୀ', 'ରେସ', 'ବାଜିଗର', 'ଭାଗ ମିଲ୍ଖା ଭାଗ' । ଯଦି ଏହି ଫିଲ୍ମରେ ଅକ୍ଷୟ ଅକ୍ଷୟ କୁମାର ଅଭିନୟ କରିଥାଆନ୍ତେ , ତେବେ ତାଙ୍କର ଫିଲ୍ମ ତାଲିକା ବଢିବା ସହ ହିଟ୍ ତାଲିକା ମଧ୍ୟ ଖୁବ୍ ବଢିଯାଇଥାଆନ୍ତେ ।

By

Published : Mar 11, 2019, 3:37 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଏବଂ ସଫଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଖିଲାଡୀ କୁମାରଙ୍କ ନାଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେହି ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯିଏ ଗୋଟିଏ ବର୍ଷରେ ଅନେକ ଫିଲ୍ମ ସାଇନ କରିଥାଆନ୍ତି । ଏହି କ୍ରମରେ ଏବର୍ଷ ମଧ୍ୟ ଅକ୍ଷୟଙ୍କର 3ରୁ 4ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । କିନ୍ତୁ ଆପଣମାନେ ଜାଣନ୍ତି କି ଅନେକ ହିଟ ଫିଲ୍ମକୁ ବି ରିଜେକ୍ଟ କରିସାରିଛନ୍ତି ଖିଲାଡୀ କୁମାର...

ଏହି ତାଲିକାରେ ତାଙ୍କ ଫିଲ୍ମ 'କେସରୀ', 'ଗୁଡ ନ୍ୟୁଜ' ଏବଂ 'ହାଉସଫୁଲ-4' ସାମିଲ ଅଛି । ଏମିତି ତ ସମସ୍ତେ ଜାଣିଛନ୍ତି କି ଅକ୍ଷୟ ନିଜ ଫିଲ୍ମ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଫିଲ୍ମ କରିସାରିଛନ୍ତି । କିନ୍ତୁ ଏମିତି ପାଞ୍ଚୋଟି ଫିଲ୍ମ ଅଛି ଯଦି ଏହି ଫିଲ୍ମରେ କାମ କରିବାକୁ ସେ ମନା ନକରିଥାଆନ୍ତେ, ତେବେ ତାଙ୍କ ଫିଲ୍ମ ଲିଷ୍ଟ ଆହୁରି ମଧ୍ୟ ଲମ୍ବା ହେବା ସହ ହିଟ୍ ଫିଲ୍ମର ତାଲିକା ଅଧିକ ହୋଇଥାଆନ୍ତା ।

ପ୍ରକାଶ ଥାଉକି ଅକ୍ଷୟ ସଲମାନ ଖାନଙ୍କ 'ରେଡୀ' ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଏହି ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର 'କ୍ୟାରେକ୍ଟର ଢିଲା' ଗୀତଟି ଖୁବ୍ ଲୋକପ୍ରିୟ ହୋଇଥିଲା । ଏହା ବ୍ୟତୀତ ଅକ୍ଷୟ 'ରେସ' ଫିଲ୍ମରେ ମଧ୍ୟ କାମ କରିବାକୁ ମନା କରିଦେଇଥିଲେ । 2010ରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଥିଲା । ଏହାପରେ ଏହି ଫିଲ୍ମର ସିକ୍ବେଲ ମଧ୍ୟ ତିଆରି ହୋଇଛି ।

ଜଣାଇ ଦେଉଛୁ ଯେ ଶାହରୁଖ ଖାନଙ୍କ ହିଟ୍ ଫିଲ୍ମ 'ବାଜିଗର' ପାଇଁ ସେ ପ୍ରଥମ ପସନ୍ଦ ନଥିଲେ । ଏହି ଫିଲ୍ମ ଶାହରୁଖଙ୍କ ପୂର୍ବରୁ ଅକ୍ଷୟ ଓ ସଲମାନଙ୍କୁ ଅଫର ହୋଇଥିଲା । ଦୁଇ ଷ୍ଟାର ମନା କରିବାରୁ ଶାହରୁଖଙ୍କୁ 'ବାଜିଗର' ମିଳିଥିଲା ।

ସେହିପରି ଅକ୍ଷୟ ହିଟ୍ ଫିଲ୍ମ 'ଭାଗ ମିଲ୍ଖା ଭାଗ'ରେ ମଧ୍ୟ କାମ କରିନଥିଲେ । ପରେ ଅଭିନେତା ଫରହାନ ଅଖ୍ତରଙ୍କୁ ଫିଲ୍ମ ମିଳିଥିଲା । ଅକ୍ଷୟ କେବଳ ବଲିଉଡ ଫିଲ୍ମ ନୁହେଁ ହଲିଉଡ ଫିଲ୍ମକୁ ମଧ୍ୟ ରିଜେକ୍ଟ କରିଦେଇଛନ୍ତି ।

For All Latest Updates

ABOUT THE AUTHOR

...view details