ଓଡିଶା

odisha

ETV Bharat / sitara

ଦିଓ୍ବାଲୀରେ ଫିଲ୍ମ 'ରାମ ସେତୁ'ର ଫାଷ୍ଟ ଲୁକ ସେୟାର କଲେ ଅକ୍ଷୟ

ଦିଓ୍ବାଲୀ ଅବସରରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'ର ଫାଷ୍ଟ ଲୁକ ସେୟାର କରିଛନ୍ତି । ଅଭିଷେକ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଅଧିକ ପଢନ୍ତୁ...

By

Published : Nov 14, 2020, 4:01 PM IST

Akshay Kumar Film Ram Setu Announcement
ଦିଓ୍ବାଲୀରେ ଫିଲ୍ମ 'ରାମ ସେତୁ'ର ଫାଷ୍ଟ ଲୁକ ସେୟାର ଅକ୍ଷୟ

ନୂଆଦିଲ୍ଲୀ: ଦିଓ୍ବାଲୀ ଅବସରରେ ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'ର ଫାଷ୍ଟ ଲୁକ ସେୟାର କରିଛନ୍ତି । ନିକଟରେ ତାଙ୍କର ଫିଲ୍ମ ଲକ୍ଷ୍ମୀ ରିଲିଜ ହୋଇଥିଲା । ଏହାପରେ ସେ ଖୁବଶୀଘ୍ର ଫିଲ୍ମ ସୂର୍ୟାବଂଶୀ ରେ ନଜର ଆସିବେ ।

ଅକ୍ଷୟ ଦିଓ୍ବାଲୀ ଅବସରରେ ଫିଲ୍ମ 'ରାମ ସେତୁ'ର ଘୋଷଣା କରିଛନ୍ତି । ଅଭିଷେକ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।

ସୂତ୍ରରୁ ପ୍ରକାଶ ଯେ, 'ରାମ ସେତୁ' ଏକତା ଏବଂ ଭାଇଚାରା ଉପରେ ଆଧାରିତ ହେବ ।

ଅଭିଷେକଙ୍କ 'ସୂରଜ ପେ ମଙ୍ଗଲ ଭାରୀ' କୋରୋନା ପରେ ଥିଏଟରରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର । ସେ ପୂର୍ବରୁ ତେରେ ବିନ୍ ଲାଡେନ ଏବଂ ଶୌକିନ୍ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ଫିଲ୍ମର ପୋଷ୍ଟର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, "ଏହି ଦିୱାଲୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ରାମଙ୍କ ଆଦର୍ଶକୁ ଜୀବିତ ରଖିବ, ଯାହା ଦ୍ବାରା ଆମେ ଆମର ଭବିଷ୍ୟତ ପିଢି ପାଇଁ ଏକ ସେତୁ ତିଆରି କରିପାରିବା । ଆମେ 'ରାମ ସେତୁ' ନାମକ ଏକ ବଡ ପ୍ରତିଶ୍ରୁତି ନେଇଛୁ । ଆପଣ ସମସ୍ତଙ୍କୁ ଦିୱାଲୀର ଶୁଭେଚ୍ଛା ।

ପ୍ରକାଶ ଥାଉ ଯେ, ଗୋଟିଏ ବର୍ଷରେ ଅକ୍ଷୟ 4 ରୁ ଅଧିକ ଫିଲ୍ମ କରନ୍ତି । ଏହା ବ୍ୟତୀତ ସେ ଅନେକ ବିଜ୍ଞାପନ ଏବଂ ଶୋ’ରେ ମଧ୍ୟ ନଜର ଆସନ୍ତି ।

For All Latest Updates

ABOUT THE AUTHOR

...view details