ଓଡିଶା

odisha

ETV Bharat / sitara

‘ଗୁଡନ୍ୟୁଜ’କୁ ନେଇ ଖୁସି ଖିଲାଡି

ଆଉ କିଛି ଦିନ ପରେ କମେଡି ଡ୍ରାମା ଫିଲ୍ମ ‘ଗୁଡନ୍ୟୁଜ’ 200 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରୁ ଖୁସି ପ୍ରକାଶ କଲେ ଅକ୍ଷୟ କୁମାର ।

By

Published : Jan 4, 2020, 6:29 PM IST

_akshay kumar expressed happiness
ଡିଜାଇନ ଫଟୋ

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ ବର୍ତ୍ତମାନ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି । ଫିଲ୍ମଟି ଏଯାବତ 134.25 କୋଟି ଆୟ କରିସାରିଲାଣି । ଆଉ ଖୁବଶୀଘ୍ର 200 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଦମଦାର ପ୍ରତିକ୍ରିୟା ମଧ୍ୟ ମିଳିଛି । ଏହି ପ୍ରତିକ୍ରିୟା ଉପରେ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ଅକ୍ଷୟ । ସେ ନିଜ ଅଭିନୀତ ‘ଗୁଡନ୍ୟୁଜ’କୁ ମିଳୁଥିବାର ପ୍ରତିକ୍ରିୟାରେ ବହୁତ ଖୁସି ଅଛନ୍ତି । ଏହାସହ ସେ କହିଛନ୍ତି ଯେ ଫିଲ୍ମକୁ ମିଳିଥିବା ସଫଳତା ନିଶ୍ଚିତ ହୋଇଯାଇଛି ଯେ ଭଲ ବାର୍ତ୍ତା ଦେଇଥିବା ଫିଲ୍ମକୁ ଦର୍ଶକଙ୍କ ସ୍ନେହ ମିଳୁଛି ।

ଫିଲ୍ମରେ ଅକ୍ଷୟଙ୍କ ସହ କରୀନା କପୁର, ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ କମେଡିର ତଡକା ଲଗାଇଛନ୍ତି । ଫିଲ୍ମରେ ଏମିତି ଦୁଇ ଯୋଡିଙ୍କୁ ଦେଖିବାକୁ ମିଳୁଛି । ଯିଏ ଆଇଭିଏଫ ମାଧ୍ୟମରେ ପିତା-ମାତା ହେବାକୁ ଚାହୁଁଛନ୍ତି ।

ପ୍ରକାଶ ଥାଉକି ରାଜ ମେହେତାଙ୍କ ନିର୍ଦ୍ଦେଶିତ ‘ଗୁଡନ୍ୟୁଜ’ ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ ବଜାରରେ ଫିଲ୍ମ ରିଲିଜର ସପ୍ତାହରେ 45.58 କୋଟି ଟଙ୍କା ଆୟ କରିଥିଲା । ସେହିପରି ବକ୍ସ ଅଫିସ ଇଣ୍ଡିଆ ଅନୁଯାୟୀ ଏହି ଫିଲ୍ମ ଭାରତରେ 8 ଦିନରେ ବକ୍ସ ଅଫିସରେ 134.25 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ‘ଗୁଡନ୍ୟୁଜ’ ଏକ କମେଡି ଡ୍ରାମା ଫିଲ୍ମ ।

ABOUT THE AUTHOR

...view details