ଓଡିଶା

odisha

ETV Bharat / sitara

ପାଇଲଟ ସାଜିବେ ସିଂଘମ - iaf

ଖୁବ୍ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ 1970ର ଭାରତ-ପାକ୍ ଯୁଦ୍ଧ । ଫିଲ୍ମରେ ସ୍କ୍ବାଡନ ଲିଡର ବିଜୟ କର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରିବେ ସିଂଘମ ଅଜୟ ଦେବଗନ ।

ଡିଜାଇନ ଫଟୋ

By

Published : Mar 19, 2019, 11:31 PM IST

ମୁମ୍ବାଇ: କିଛି ଦିନ ପୂର୍ବରୁ ପାକିସ୍ତାନରୁ ଫେରିଥିବା ଭାରତୀୟ ଏୟାରଫୋର୍ସ ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କ ଉପରେ ଫିଲ୍ମ ତିଆରି ହେବା ଖବର ଜୋର ଧରିଥିଲା । ଭାରତୀୟ ବାୟୁସେନା ଦ୍ବାରା ପାକିସ୍ତାନର ବାଲାକୋଟ ଅଞ୍ଚଳରେ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ଫିଲ୍ମ ତିଆରି ହେବା ନିଷ୍ପତ୍ତି ନିଆସରିଥିଲା । ବାୟୋପିକ ତିଆରି ହେବାକୁ ଯାଉଛି ସତ । କିନ୍ତୁ ଏହି ଫିଲ୍ମଟି ଅଭିନନ୍ଦନଙ୍କ ଉପରେ ନୁହେଁ ବରଂ 1971ରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ କାହାଣୀ ଉପରେ ତିଆରି ହେବ ।

ଏହି ଫିଲ୍ମରେ ସିଂଘମ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଜୟ ପୂର୍ବରୁ ଅନେକ ଥର ପୋଲିସ ଏବଂ ଆର୍ମୀ ଅଫିସର ଭୂମିକାରେ ଅଭିନୟ କରିସାରିଛନ୍ତି । କିନ୍ତୁ ଏଥର ସେ ବାୟୁସେନା ପାଇଲଟଙ୍କ ଭୂମିକାରେ ଦେଖାଯିବେ ।

ସେ ସ୍କ୍ବାଡନ ଲିଡର ବିଜୟ କର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରିବେ । ପ୍ରକାଶ ଥାଉକି ବିଜୟ ଏବଂ ତାଙ୍କ ଟିମ 1971ରେ ଯୁଦ୍ଧ ସମୟରେ ଗୁଜରାଟର ଭୁଜରେ ନଷ୍ଟ ହୋଇଯାଇଥିବା ବିମାନ ପଟ୍ଟିକୁ ଠିକ କରି ପାକିସ୍ତାନ ସହ ଲଢିଥିଲେ ।

ଜଣାଇ ଦେଉଛୁ ଯେ 1997ରେ ରିଲିଜ ହୋଇଥିବା ଜେ.ପି ଦତ୍ତାଙ୍କ ଫିଲ୍ମ ବର୍ଡରରେ ଜ୍ୟାକି ଶ୍ରଫ, ବିଜୟ କର୍ଣ୍ଣିକଙ୍କ ଚରିତ୍ରରେ ନଜର ଆସିଥିଲେ ।

For All Latest Updates

ABOUT THE AUTHOR

...view details