ଓଡିଶା

odisha

By

Published : Feb 8, 2020, 4:06 AM IST

ETV Bharat / sitara

ରାଜାମୋଲୀଙ୍କଠୁ କୌଣସି ଫିସ୍ ନେବେନି ଅଜୟ

ସାଉଥ ଫିଲ୍ମରେ ପ୍ରଥମଥର କାମ କରିବାକୁ ଯାଉଛନ୍ତି ଅଜୟ ଦେବଗନ । ସେ ଖୁବଶୀଘ୍ର ‘ବାହୁବଳି’ ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଟ୍ରିପଲ ଆର’ରେ ନଜର ଆସିବେ ।

ajay devgn
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନ ସାଉଥର ଫେମସ ନିର୍ଦ୍ଦେଶକ ଏସ.ଏସ. ରାଜମୌଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’ର ସୁଟିଂ ନିକଟରେ ଆରମ୍ଭ କରିଥିଲେ । ଏହି ଫିଲ୍ମ ଜରିଆରେ ବି-ଟାଉର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଜୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଇତିମଧ୍ୟରେ ଅଜୟଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି ।

ସେ ଫିଲ୍ମ ‘ଟ୍ରିପଲ ଆର’ର ପାଇଁ କୌଣସି ଫିସ୍ ନେବେ ନାହିଁ । ଚର୍ଚ୍ଚା ଜୋର ଧରିଛି ଯେ ଅଜୟ ଏହି ଫିଲ୍ମ ପାଇଁ ରାଜମୌଲୀଙ୍କ ଠାରୁ କୌଣସି ଟଙ୍କା ନେବେ ନାହିଁ । ଅଜୟଙ୍କୁ ଅଫର କରାଯାଇଥିବା ଫିସ ଫେମସ ଅଭିନେତା ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଫିସ୍ ପାଖାପାଖି କୁହାଯାଉଛି । ଏବେ ଅଜୟ ଫିସ ନେବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ଅଜୟ କହିଥିଲେ ଯେ ସେ କେବଳ ବନ୍ଧୁ ପାଇଁ ଏହି ଫିଲ୍ମରେ କାମ କରୁଛନ୍ତି । ଫିସ୍ ପାଇଁ ନୁହେଁ ।

ପ୍ରକାଶ ଥାଉକି ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିୟର ଏନଟିଆର ଓ ରାମ ଚରଣ ନଜର ଆସିବେ । ଟ୍ରିପଲ ଆର ପୁରା ବିଶ୍ବରେ 10ଟି ଭାଷାରେ ରିଲିଜ କରାଯିବାର ଯୋଜନା କରିଛନ୍ତି ମେକର୍ସ । ଫିଲ୍ମଟି ସ୍ବାଧୀନାତ ସଂଗ୍ରାମୀଙ୍କ ସଂଘର୍ଷମୟ ଜୀବନକୁ ଉପରେ ଆଧାରିତ । ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 8 ତାରିଖରେ ରିଲିଜ ହେବ ।

ABOUT THE AUTHOR

...view details