ଓଡିଶା

odisha

ଲଣ୍ଡା ହେବେ ସିଂଘମ !

By

Published : Apr 17, 2020, 12:48 AM IST

ସିଂଘମ ସାଜିବେ ଚାଣକ୍ୟ । ଲକଡାଉନରେ କରୁଛନ୍ତି ଏହି ପିରିୟଡ ଡ୍ରାମା ଫିଲ୍ମର ଯୋଜନା । ଭିନ୍ନ ଅବତାରରେ ଦର୍ଶକଙ୍କୁ ଜ୍ଞାନ ବାଣ୍ଟିବେ ଅଜୟ ଦେବଗନ। ଅଧିକ ପଢ଼ନ୍ତୁ...

ajay devgn
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ବର୍ତ୍ତମାନ କୋରୋନା ଭାଇରସ ପ୍ରଭାବ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ସମସ୍ୟା ଦେଇ ଗତି କରୁଛି । ହେଲେ ଫିଲ୍ମ ମେକର୍ସ ଆଗାମୀ ଜିନିଷକୁ ନେଇ ଏବେ ପ୍ଲାନିଂ କରିବାରେ ବ୍ୟସ୍ତ । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ସିଂଘମ ଅଜୟ ଦେବଗନ। ଖୁବଶୀଘ୍ର ତାଙ୍କ ଅନେକ ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ । ‘ମୈଇଦାନ’ ଓ ‘ଭୁଜ’ ଜରିଆରେ ସେ ପରଦାକୁ ଫେରିବେ। ଯାହାକୁ ନେଇ ଦର୍ଶକ ମଧ୍ୟ ଦୀର୍ଘ ସମୟରୁ ଏକ୍ସାଇଟେଡ। ଖାଲି ଏତିକି ନୁହେଁ ସେ ପରଦାରେ ଚାଣକ୍ୟ ଭୂମିକାରେ ମଧ୍ୟ ନଜର ଆସିବେ। ଏହାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି।

ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେ କହିଛନ୍ତି ଯେ, ଚାଣକ୍ୟ ଅବତାର ପାଇଁ ଅଜୟଙ୍କ ଲୁକ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ । ଯାହା ପାଇଁ ଅଜୟଙ୍କୁ ଲଣ୍ଡା ମଧ୍ୟ ହେବାକୁ ପଡିବ । ଏହି ଖବର ଶୁଣି ଦର୍ଶକଙ୍କ ଉତ୍ସାହ ଦୁଇଗୁଣା ବଢିଯାଇଛି।

ପ୍ରକାଶ ଥାଉକି ଭାରତରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ଏହି ପିରିୟଡ ଡ୍ରାମା ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଚାଲିଥିଲା ।

ABOUT THE AUTHOR

...view details