ଓଡିଶା

odisha

ETV Bharat / sitara

ଚାପୁଡା ଖାଇବାକୁ ପ୍ରସ୍ତୁତ ଅଜୟ - mungda

ଶୁକ୍ରବାର ରିଲିଜ ହୋଇଯାଇଛି ଅଜୟ ଦେବଗନଙ୍କ ବହୁ ଚର୍ଚ୍ଚିତ କମେଡି ଫିଲ୍ମ 'ଟୋଟାଲ ଧମାଲ' । ଫିଲ୍ମରେ ଶୁଣିବାକୁ ମିଳିଛି ବିଶିଷ୍ଟ ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀକ 'ମୁଙ୍ଗଡା ମୁଙ୍ଗଡା' । ଯାହାକୁ ନେଇ ଆପତ୍ତି କରିଛନ୍ତି ଲତା ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Feb 23, 2019, 2:18 PM IST


ମୁମ୍ବାଇ: ଅଜୟ ଦେବଗନ, ଅନିଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ଚର୍ଚ୍ଚିତ ଫିଲ୍ମ 'ଟୋଟାଲ ଧମାଲ' ଶୁକ୍ରବାର ବଡ ପରଦାରେ ରିଲିଜ ହୋଇଯାଇଛି । ଏହି ଫିଲ୍ମ 'ଧମାଲ' ସିରିଜର ତୃତୀୟ ଭାଗ । ଗତ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମ 'ଗଲି ବୟ' ବକ୍ସ ଅଫିସରେ ଶାନଦାର ଆୟ କରିବାରେ ଲାଗିଛି । ଏମିତିରେ ଦେଖିବାକୁ ହେବ କି 'ଟୋଟାଲ ଧମାଲ' କେତେ ଧମାଲ କରିପାରୁଛି ।

ବଲିଉଡରେ ଏହି ଦିନରେ ରିକ୍ରିଏଟର ସମୟ ଚାଲିଛି । ଅନେକ ଫିଲ୍ମରେ କୌଣସି ନା କୌଣସି ପୁରୁଣା ଗୀତକୁ ରିକ୍ରିଏଟ କରାଯାଉଛି । ବିଶିଷ୍ଟ ଗାୟକ ଲତା ମଙ୍ଗେସକର ଅନେକଥର ରିକ୍ରିଏଟ ଭର୍ସନ ଉପରେ ଆପତ୍ତି କରିଛନ୍ତି । ଏବେ ପୁଣି 'ଟୋଟାଲ ଧମାଲ'ରେ ଗୀତ 'ମୁଙ୍ଗଡା'ର ରିକ୍ରିଏଟରେ ଖୁସି ନାହାଁନ୍ତି ଲତା । ଅନ୍ୟପଟେ ଲତାଙ୍କ ଆପତ୍ତିରେ ପ୍ରତିକ୍ରିୟା ଦେଇଛନ୍ତି ଅଜୟ ।

ଅଜୟ କହିଛନ୍ତି କି ଲତା ଜି ବହୁତ ସିନିୟର । ବଲିଉଡରେ ଏହିସମୟରେ ଅନେକ ଗୀତକୁ ରିକ୍ରିଏଟ କରାଯାଇଛି । ଯଦି ଲତାଙ୍କୁ ଏହି କଥା ଖରାପ ଲାଗିଛି ତେବେ ସେ ତାଙ୍କୁ ଚାପୁଡା ମାରିପାରନ୍ତି । ତାଙ୍କୁ ଏପରି କରିବାର ଅଧିକାର ଅଛି । ସେ ଗାଳି ମଧ୍ୟ କରିପାରିବେ । ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ ଅଛି ସେ ।

ଜଣାଇ ଦେଉଛୁ ଯେ 1978ରେ ରିଲିଜ ହୋଇଥିବା ଫିଲ୍ମ 'ଇଂନକାର'ର ମୁଙ୍ଗଡା ଗୀତ ସେହି ସମୟରେ ବହୁତ ଲୋକପ୍ରିୟ ହୋଇଥିଲା ।

For All Latest Updates

ABOUT THE AUTHOR

...view details