ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର 'ନ୍ୟାଚୁରାଲ ଷ୍ଟାର' ନାନି ଏବଂ ସାଇ ପଲ୍ଲବି-ଅଭିନୀତ 'Shyam Singha Roy' ଗତ ବର୍ଷ ଡିସେମ୍ବରରେ ପରଦାରେ ଆସିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ତିଆରି ହେବାକୁ ଯାଉଛି, ଯେଉଁଥିପାଇଁ ବହୁ ବଡ ବଲିଉଡ ତାରକାଙ୍କ ନାମ ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, 'Shyam Singha Roy' ଖୁବ୍ ଶୀଘ୍ର ହିନ୍ଦୀରେ ରିମେକ ନିର୍ମାଣ ହେବ।
ଖାଲି ସେତିକି ନୁହେଁ, ଏକ ବଡ ପ୍ରଡକ୍ସନ ହାଉସ ରାହୁଲ ସାଙ୍କୃତ୍ୟାନର ନିର୍ଦ୍ଦେଶନାରେ ମିର୍ମାଣ ଫିଲ୍ମ ଉଦ୍ୟୋଗ 'Shyam Singha Roy'ର ହିନ୍ଦୀ ରିମେକ୍ ଅଧିକାର ହାସଲ କରିପାରେ। ପ୍ରଡକ୍ସନ ହାଉସ ଏହା ଉପରେ କାମ କରୁଛି। 'Shyam Singha Roy' ହିନ୍ଦୀ ରିମେକ୍ ପାଇଁ ସାହିଦ କପୁର ଏବଂ ଅଜୟ ଦେବଗନଙ୍କ ନାଁ ସାମ୍ନାକୁ ଆସିଛି। ଯଦିଓ ଫିମେଲ ଲିଡ ରୋଲ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଅପଡେଟ ଆସିନାହିଁ। ତେବେ ଏ ସମ୍ପର୍କରେ ସରକାରୀ ଘୋଷଣାକୁ ଅପେକ୍ଷା କରାଯାଇଛି। 'Shyam Singha Roy' ହେଉଛି ଏକ ସମୟ ଯାତ୍ରା ଉପରେ ଆଧାରିତ କାହାଣୀ, ଯେଉଁଥିରେ ନାନୀ ଏବଂ ସାଇ ପଲ୍ଲବି ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।