ଓଡିଶା

odisha

ETV Bharat / sitara

ଐଶଙ୍କ ଏୟାରପୋର୍ଟ ଲୁକ, ଗର୍ଭବତୀ ନେଇ ଚାଲିଛି ଚର୍ଚ୍ଚା

ଏୟାରପୋର୍ଟରେ ନଜର ଆସିଲେ ନୀଳ ନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ । ସେ ଗର୍ଭବତୀ ଥିବା ନେଇ ଚାଲିଛି ଚର୍ଚ୍ଚା । ଅଧିକ ପଢନ୍ତୁ...

By

Published : Aug 23, 2021, 6:09 PM IST

Aishwarya Raiଙ୍କ ଏୟାରପୋର୍ଟ ଲୁକ, ଗର୍ଭବତୀ ନେଇ ହେଲା ଚର୍ଚ୍ଚା
Aishwarya Raiଙ୍କ ଏୟାରପୋର୍ଟ ଲୁକ, ଗର୍ଭବତୀ ନେଇ ହେଲା ଚର୍ଚ୍ଚା

ହାଇଦ୍ରାବାଦ:ମିସ୍‌ ଇଣ୍ଡିଆ ତଥା ବଲିଉଡ଼ର ନୀଳ ନୟନା ଭାବରେ ପରିଚିତ ଐଶ୍ବର୍ଯ୍ୟା ରାୟଙ୍କ ଗର୍ଭବତୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି(ରବିବାର) ମୁମ୍ବାଇର କଲିନା ଏୟାରପୋର୍ଟରେ ଏକ କଳା ରଙ୍ଗର ପୋଷାକରେ ଐଶ୍‌ ନଜର ଆସିବା ପରେ ଏହି ରୁମର ଉଠିଛି । ତେବେ ଏଥିରେ ଐଶ୍ବର୍ଯ୍ୟାଙ୍କ 'ବେବି ବମ୍ପ' ଦେଖାଯାଉଥିବା ନେଇ ସୋସିଆଲ ମିଡି଼ଆ ୟୁଜର୍ସମାନେ ଚର୍ଚ୍ଚା କରୁଛନ୍ତି ।

ଐଶ୍‌ ମଧ୍ୟପ୍ରଦେଶରେ ଆଗାମୀ ଫିଲ୍ମ Ponniyin Selvanର ସୁଟିଂ କରି ମୁମ୍ବାଇ ଫେରୁଥିବା ବେଳେ ପାପାରାଜି କ୍ୟାମେରାରେ କଏଦ ହୋଇଥିଲେ । ତେବେ ତାଙ୍କ ସହିତ ଝିଅ ଆରାଧ୍ୟ ମଧ୍ୟ ରହିଥିଲେ । ଏହି ଏୟାରପୋର୍ଟରେ ତାଙ୍କ ଭିଡ଼ିଓ ଓ ଫଟୋକୁ ନେଇ ନେଟିଜେନ୍ସମାନେ ସେ ଗର୍ଭବତୀ ଥିବା ଚର୍ଚ୍ଚା କରୁଛନ୍ତି । ତେବେ ଏ ପର୍ଯ୍ୟନ୍ତ ସ୍ବାମୀ ଅଭିଷେକ ବଚ୍ଚନ ଓ ଐଶ୍‌ ଏ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି । ଏହି ବଚ୍ଚନ ଦମ୍ପତି ନିଜ ଦ୍ବିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ହେଉଛି ଚର୍ଚ୍ଚା ।

ପୁନ୍ନିଆଁ ସେଲଭାନ ଏକ ତାମିଲ ଭାଷାର ଫିଲ୍ମ । ସେ ମଧ୍ୟପ୍ରଦେଶର ଅରକ୍କାରେ ଫିଲ୍ମର ସୁଟିଂ କରୁଛନ୍ତି । ଦୀର୍ଘ ସମୟ ପରେ ସେ ମଣି ରତ୍ନମଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଐଶ ୧୯୯୭ ମସିହାରେ ମଣିଙ୍କ ଫିଲ୍ମ Iruvarରେ ଅଭିନୟ କରିଥିଲେ । ଏହି ଫିଲ୍ମର ପ୍ରଥମ ଭାଗ ୨୦୨୨ ମସିହାରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି କଲ୍‌କି କୃଷ୍ଣମୂର୍ତ୍ତିଙ୍କ 1955 ନୋବେଲ ପୋନ୍ନିଇନ ସେଲଭନ୍ ଉପରେ ଆଧାରିତ । ଏଥିରେ ଦକ୍ଷିଣର ଅନ୍ୟତମ ଶକ୍ତିଶାଳୀ ରାଜା ଅରୁଲମୋଝିବର୍ମାନଙ୍କ କାହାଣୀ ବର୍ଣ୍ଣନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details