ଓଡିଶା

odisha

ବରୁଣଙ୍କ ପରେ କୋରୋନା କବଳରେ କିର୍ତ୍ତୀ

By

Published : Dec 8, 2020, 10:04 AM IST

ପୁଣି ବଲିଉଡର ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ହେବା ଖବର ସାମ୍ନାକୁ ଆସିଛି । ଏଥର ସଂକ୍ରମିତ ହୋଇଛନ୍ତି କିର୍ତ୍ତୀ । ଚଣ୍ଡିଗଡରେ କରୁଥିଲେ ନିଜ ଆଗାମୀ ଫିଲ୍ମର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିର୍ତ୍ତୀ ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିର୍ତ୍ତୀ ସାନନ

ମୁମ୍ବାଇ: କୋରୋନା କାରଣ ପାଇଁ ଦେଶରେ ଲକଡାଉନ ଚାଲିଥିବାରୁ ବଲିଉଡ ଉପରେ ଖୁବ୍ ପ୍ରଭାବ ପଡିଥିଲା । ଗତ 8 ମାସରୁ ସବୁ ଫିଲ୍ମର ସୁଟି ବନ୍ଦ ଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ନିର୍ମାତା । ହେଲେ ମାସ ପୂର୍ବରୁ ଫିଲ୍ମର ସୁଟିଂ ସବୁ ଆରମ୍ଭ ହୋଇଯାଇଛି । ଧିରେ ଧିରେ କରି କଳାକାର ସୁଟିଂ ସେଟକୁ ଫେରିବାରେ ଲାଗିଛନ୍ତି । କିନ୍ତୁ ଏବେ ମଧ୍ୟ କୋରୋନା ପ୍ରକୋପରୁ ନିଜକୁ କେହି ରକ୍ଷା କରିପାରୁନାହାଁନ୍ତି । ଅନେକ ସେଲିବ୍ରିଟି ଏଥିରେ ସଂକ୍ରମିତ ହୋଇସାରିଲେଣି ।

ନିକଟରେ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର କଳାକାର ବରୁଣ ଧୱନ, ନୀତୁ ସିଂ, ମନୀଷ ପଲ୍ ଓ ନିର୍ଦ୍ଦେଶକ ରାଜ ମେହତାଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଛି ।

ଶୁଣିବାକୁ ମିଳୁଛି ଯେ ରାଜକୁମାର ରାଓଙ୍କ ସହ ନିଜ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା କିର୍ତ୍ତୀ ବର୍ତ୍ତମାନ କୋରୋନା କବଳରେ । ଫିଲ୍ମର ସୁଟିଂ ଚଣ୍ଡିଗଡରେ ଚାଲିଥିଲା । ଆଉ ଯେତେବେଳେ ସେ ମୁମ୍ବାଇ ଫେରିଥିଲେ ତାଙ୍କ ଟେଷ୍ଟ ହେବା ପରେ ଜଣାପଡିଲା ସେ ସଂକ୍ରମିତ ହୋଇଛନ୍ତି ।

ସେପଟେ କୋରୋନା ପଜିଟିଭ ଆସିବାର ସୂଚନା ସୋମବାର କିର୍ତ୍ତୀ ସମସ୍ତଙ୍କୁ ଦେଇଥିଲେ । ଯଦି କିର୍ତ୍ତୀଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ‘ମିମି’ରେ ନଜର ଆସିବେ । ସେହିପରି ନିକଟରେ ଘୋଷଣା ହୋଇଥିଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଏଥର ସେ ରୋମାନ୍ସ କରିବେ । ‘ଆଦିପୁରୁଷ’ରେ ହୋଇଛି ତାଙ୍କ ଏଣ୍ଟ୍ରି ।

ABOUT THE AUTHOR

...view details