ହାଇଦ୍ରାବାଦ: ମାର୍ଚ୍ଚରେ କୋରୋନା ମହାମାରୀ ହେତୁ ସୁଟିଂ ସିଡ୍ୟୁଲରେ ରୋକ ଲଗାଯାଇଥିଲା । ହେଲେ ଗତ ଏକ ମାସରୁ ଅନେକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଖୁସି ନିର୍ମାତା । ଏହି କ୍ରମରେ ସାମିଲ ଅଛନ୍ତି ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି । ସେ ନିଜ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’ ଟିମ ସହ କାମକୁ ଫେରି ବର୍ତ୍ତମାନ ଖୁସି ଅଛନ୍ତି । ଗତ 6 ମାସ ପରେ ସୁଟିଂ ସେଟକୁ ଫେରିଛି ପୁରା ଟିମ । ସୋମବାର ହାଇଦ୍ରାବାଦରେ ଫିଲ୍ମର ଷ୍ଟାରକାଷ୍ଟ ଓ କ୍ରୁ ମେମ୍ବର ସୁଟିଂ ଆରମ୍ଭ କରିଛନ୍ତି ।
ଏହି ବିଷୟରେ ସୂଚନା ଦେଇ ରାଜାମୌଲି କହିଛନ୍ତି, ‘ଏହା ବହୁତ ଲମ୍ବା ବ୍ରେକ୍ ଥିଲା । ପୁରା ଟିମ ବର୍ତ୍ତମାନ କାମ ଆରମ୍ଭ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ମୁଁ ଦର୍ଶକଙ୍କୁ ଏହି ଫିଲ୍ମ ଶୀଘ୍ର ଦେଖାଇବାକୁ ଅପେକ୍ଷା କରିଛି । ଏହି କଠିନ ସମୟରେ ଦର୍ଶକଙ୍କ ସମର୍ଥନ ଅବିଶ୍ବସନୀୟ ରହିଛି । ଆଉ ପୁରା ଟିମ ତାଙ୍କ ଏହି ସମର୍ଥନ ପାଇଁ ଋଣୀ।’