ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 6 ମାସରୁ ଅଧିକ ସମୟ ବିତିସାରିଲାଣି । ଜୁନ 14ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରୁ ମିଳିଥିଲା । ଗତ 145 ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରିଆସୁଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ । ସେପଟେ ସିବିଆଇ ଯାଞ୍ଚ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରାଗଲାଣି । ଇତିମଧ୍ୟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଜଣାଇଛନ୍ତି ଯେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଜବାବ ଦେଇଛି । ଏହାସହ ସିବିଆଇ ଖୁଲାସା କରିଛି ଯେ ବର୍ତ୍ତମାନ ମାମଲାର ଯାଞ୍ଚ କିପରି ଚାଲିଛି ।
କଥାଟି ହେଲା ଯେ ସୁବ୍ରମଣ୍ୟମ ସ୍ବାମୀ ଯାଞ୍ଚର ସ୍ଥିତି ସମ୍ପର୍କରେ ସୂଚନା ମାଗିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ । ଏଥିପାଇଁ ସିବିଆଇ କହିଛି ଯେ ଅନୁସନ୍ଧାନକାରୀ ସଂସ୍ଥା ସୁଶାନ୍ତ ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ରଖିଛି ଏବଂ ବର୍ତ୍ତମାନ ସୁଦ୍ଧା କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।