ଓଡିଶା

odisha

ETV Bharat / sitara

ବାହୁବଳୀ ସାଜିବେ ଜ୍ୟୋତିଷ, କହିବେ ଝିଅଙ୍କ ଭବିଷ୍ୟତ

ଦୀର୍ଘ ସମୟ ପରେ ଲଭ ଷ୍ଟୋରି କାହାଣୀରେ ଅଭିନୟ କରିବେ ‘ବାହୁବଳୀ’ ଫେମ ପ୍ରଭାସ । ଶୁଣିବାକୁ ମିଳୁଛି ତାଙ୍କ ଆଗାମୀ ଫିଲ୍ମ ଟାଇଟଲ ‘ଜାନ୍’ ରଖିବେ ମେକର୍ସ ।

By

Published : Sep 25, 2019, 11:01 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ ଫ୍ୟାନକ୍ଲବ

ମୁମ୍ବାଇ: ଅଗଷ୍ଟରେ 30ରେ ରିଲିଜ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ସାହୋ’ପରେ ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ପିରିୟଡ ରୋମାଣ୍ଟିକ ତେଲୁଗୁ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଯାହାର ଟାଇଟଲ ସାମ୍ନାକୁ ଆସିଯାଇଛି । ଯେହେତୁ ଫିଲ୍ମଟି ରୋମାଣ୍ଟିକ କାହାଣୀକୁ ନେଇ ଆଧାରିତ ତେଣୁ ମେକର୍ସ ଫିଲ୍ମ ଟାଇଟମ ‘ଜାନ୍’ ରଖିବାକୁ ସ୍ଥିର କରିଛନ୍ତି । ଯାହାର ଘୋଷଣା ଖୁବଶୀଘ୍ର କରିବେ ମେକର୍ସ । ଏହି ଫିଲ୍ମରେ ପ୍ରଭାସ ଜଣେ ଜ୍ୟୋତିଷ ଭୂମିକାରେ ଦେଖାଯିବେ ।

ଦୀର୍ଘ ସମୟରୁ ନେଇ ଏହି ଫିଲ୍ମର ଚର୍ଚ୍ଚା ଥିଲା । ଫିଲ୍ମର ସୁଟିଂ ଗତ ବର୍ଷ ନଭେମ୍ବରୁ ଆରମ୍ଭ ହୋଇଥାଆନ୍ତା । କିନ୍ତୁ ପ୍ରଭାସ ‘ସାହୋ’ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମ ପାଇଁ ସମୟ କାଢି ପାରିନଥିଲେ । ତେଣୁ ମେକର୍ସ ଫିଲ୍ମର ସୁଟିଂ ସ୍ଥଗିତ ରଖିଥିଲେ ।

ପୂର୍ବରୁ ପ୍ରଭାସ ଫିଲ୍ମ ବିଷୟରେ ଫେସବୁକରେ ଏକ ନୋଟ ସେୟାର କରିଥିଲେ ଅନେକ କଥା ସେୟାର କରିଥିଲେ। ଆଉ ଦୀର୍ଘ ସମୟ ପରେ ରୋମାଣ୍ଟିକ ଫିଲ୍ମରେ କାମ କରିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି। ଯେତେବେଳେ ରାଧା କ୍ରିଷ୍ଣ ଫିଲ୍ମକୁ ନେଇ ମିଡିଆରେ ଘୋଷଣା କରିଥିଲେ ତେବେ ସେହି ସମୟରେ ସେ ତାଙ୍କ ପ୍ରଶ୍ନ କରିଥିଲେ କି ଏହା କଣ ଲଭ ଷ୍ଟୋରି ଫିଲ୍ମ । ମେକର୍ସଙ୍କ ଠାରୁ ଲଭ ଷ୍ଟୋରି ଶୁଣି ସେ ଖୁସି ହୋଇଯାଇଥିଲେ । ଯାହାର ପ୍ରାଥମିକ ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ନୋଟରେ ଲେଖିଥିଲେ ପ୍ରଭାସ । ପ୍ରକାଶ ଥାଉକି ପ୍ରଭାସଙ୍କ ‘ଜାନ୍’ ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ନଜର ଆସିବେ ।

ପ୍ରକାଶ ଥାଉକି ‘ସାହୋ’ ଫିଲ୍ମରେ ପ୍ରଭାସଙ୍କ ସହ ପ୍ରଥମଥର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ରୋମାନ୍ସ କରିଥିଲେ । ଏହି ଫିଲ୍ମଟି ବିଶ୍ବ ସ୍ତରରେ 401 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।

ABOUT THE AUTHOR

...view details