ଓଡିଶା

odisha

ETV Bharat / sitara

'RRR'ରେ ସାମିଲ ହେବେ ସଞ୍ଜୁ ବାବା-ବରୁଣ

ବାହୁବଳୀ ନିର୍ମାତା ଏସଏସ.ରାଜାମୌଲୀଙ୍କ ଆଗାମୀ ଫିଲ୍ମ 'RRR'। ଫିଲ୍ମରେ ଜୁନିୟର ଏନଟିଆର ଓ ରାମଚରଣ ଏକାଠି ଆସିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମରେ ବଲିଉଡ ବ୍ୟୁଟି ଆଲିୟା ଭଟ୍ଟ ଓ ଆକ୍ସନ କିଙ୍ଗ ଅଜୟ ଦେବଗନ ଯେଗଦେବା କଥା ସାମନାକୁ ଆସିଥିବାବେଳେ ଏବେ ଯୋଗ ଦେଇପାରନ୍ତି ସଞ୍ଜୁ ବାବା ଓ ବରୁଣ ଧୱନ।

By

Published : Mar 25, 2019, 10:29 AM IST

ଫାଇଲ ଫଟୋ


ମୁମ୍ବାଇ: ପ୍ରଖ୍ୟାତ ଫିଲ୍ମନିର୍ମାତା ଏସଏସ.ରାଜାମୌଲୀଙ୍କ ଆଗାମୀ ପ୍ରୋଜେକ୍ଟ 'RRR'କୁ ନେଇ କିଛିଦିନ ହେବ ଜୋରଦାର ଚର୍ଚ୍ଚା ଚାଲୁଥିବାବେଳେ ଏବେ ଫିଲ୍ମକୁ ନେଇ ସାମନାକୁ ଆସିଛି ଆଉ ଏକ ବଡ ଖବର। କିଛିଦିନ ତଳେ ଏହି ତେଲୁଗୁ ଫିଲ୍ମରେ ଆଲିୟା ଓ ଅଜୟଙ୍କ ଏଣ୍ଟ୍ରିକୁ ନେଇ ଖୁଲାସା ହୋଇଥିବାବେଳେ ଏବେ ଯୋଗ ଦେବାକୁ ଯାଉଛନ୍ତି ବଲିଉଡର ଆଉ ଦୁଇ ସୁପରଷ୍ଟାର।


ବାହୁବଳୀ ପରେ ରାଜାମୌଲୀଙ୍କ ବିଗ ବଜେଟ ଫିଲ୍ମ 'RRR'ରେ ଜୁନିୟର ଏନଟିଆର ଓ ରାମଚରଣଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଆଉ ଫିଲ୍ମରେ ତଡକା ଲଗାଇବାକୁ ସେମାନଙ୍କ ସହ ନଜର ଆସିବେ ବଲିଉଡ ବ୍ୟୁଟି ଆଲିୟା ଭଟ୍ଟ ଓ ଆକ୍ସନ କିଙ୍ଗ ଅଜୟ ଦେବଗନ। କିନ୍ତୁ ଏବେ ଏମାନଙ୍କ ଯୋଶ ବଢାଇବାକୁ ସାମିଲ ହୋଇପାରନ୍ତି ବରୁଣ ଧୱନ ଓ ବାବା( ସଞ୍ଜୟ ଦତ୍ତ)।

'ବାହୁବଳୀ' ନିର୍ମାତା ଏସଏସ ରାଜାମୌଲୀ ପୁଣିଥରେ 300କୋଟି ବଜେଟର ଫିଲ୍ମ ଆଣିବାକୁ ପ୍ରସ୍ତୁତ। ଫିଲ୍ମଟି 1920ର ସ୍ବାଧୀନତା ପୂର୍ବ କାହାଣୀକୁ ନେଇ ଆଧାରିତ, ଯାହାକି 2020 ଜୁଲାଇ 30ତାରିଖରେ ରିଲିଜ ହେବ।


For All Latest Updates

ABOUT THE AUTHOR

...view details