ମୁମ୍ବାଇ: ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ସରକାର ଆର୍ଟିକଲ 370 ଉଚ୍ଛେଦ କରିବା ବ୍ୟବସ୍ଥାକୁ ନେଇ କେବଳ ପାକିସ୍ତାନ ନୁହେଁ ସେଠାକାର ଜନସାଧାରଣ ମଧ୍ୟ ଡରିଯାଇଛନ୍ତି । ଏମିତିରେ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର୍ସ ଆଡୁସାଡୁ ଖବର ଭାଇରାଲ କରିବା ସହ ଲୋକଙ୍କ ମଧ୍ୟ ଟାର୍ଗେଟ କରିବାରେ ଲାଗିଛନ୍ତି ।
ପାକିସ୍ତାନ ଟ୍ରୋଲର୍ସ ଅଗଷ୍ଟ 15 ଅବସରରେ ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ତାଙ୍କ ପିତାଙ୍କୁ ନେଇ ପ୍ରଶ୍ନ ପଚାରିଥିଲେ ତେବେ ଅଦନାନ କଡା ଜବାବ ଦେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲେ ।