ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁର ଜଲଦି ମଲ୍ଟି ଷ୍ଟାରର ଫିଲ୍ମ 'ସଡକ-2'ରେ ନଜର ଆସିବେ । ଯାହାର ସୁଟିଂ ଗତ ବୁଧବାର ଠାରୁ ଆରମ୍ଭ କରିଦେଇଛନ୍ତି ସେ । ଫିଲ୍ମରେ ତାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ, ପୂଜା ଭଟ୍ଟ ଓ ଆଲିୟା ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । 'ସଡକ-2' ଏକ ରୋମାଣ୍ଟିକ କାହାଣୀ ଉପରେ ଆଧାରିତ ।
ସୁଟିଂ ଆରମ୍ଭ କରିବା ଅବସରରେ ଆଦିତ୍ୟ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ପାଇଁ ମଜାଦାର କ୍ୟାପସନ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ମହେଶଙ୍କ ସହ ବସିଥିବାର ଦେଖାଯାଉଛନ୍ତି । ଫଟୋଟି ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି । 'ସଡକ-2' ସେଟରୁ ସେୟାର କରିଥିବା ଫଟୋର କ୍ୟାପସନରେ ସେ ଲେଖିଛନ୍ତି, "ରିଙ୍ଗମାଷ୍ଟର ମହେଶ ଭଟ୍ଟଙ୍କ ସହ ଏକ ନୂଆ ଆରମ୍ଭ ।"