ଓଡିଶା

odisha

By

Published : May 17, 2021, 1:58 PM IST

ETV Bharat / sitara

କୋରୋନା ସଙ୍କଟରେ ଟ୍ରାନ୍ସଜେଣ୍ଡର-ବିଧବାଙ୍କୁ ସହଯୋଗର ହାତ ବଢାଇଲେ ତିସ୍କା

ବିକାଶ ଖାନ୍ନାଙ୍କ ସହ 'ହ୍ୟାସଟ୍ୟାଗ୍ ଇଣ୍ଡିଆ ଫର୍ ମଦର୍ସ' ନାମକ ଏକ ଅଭିଯାନରେ ସାମିଲ ହେଲେ ତିସ୍କା । କୋରୋନାରେ ଟ୍ରାନ୍ସଜେଣ୍ଡର-ବିଧବାଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଲେ । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟିସ୍କା ଚୋପ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟିସ୍କା ଚୋପ୍ରା

ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ସେବାରେ ଲାଗିଛନ୍ତି କିଛି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ତିସ୍କା ଚୋପ୍ରା । ଏହି ଘଡିସନ୍ଧି ମୁହୂର୍ତ୍ତରେ ସେ କୋରୋନା ଦ୍ବାରା ପ୍ରଭାବିତ ହେଉଥିବା ଟ୍ରାନ୍ସଜେଣ୍ଡର ଏବଂ ବିଧବାମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁ ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏହି ଗୋଷ୍ଠୀଙ୍କ ସଙ୍କଟ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଅଭିନେତ୍ରୀ ଫେମସ ସେଫ୍ ବିକାଶ ଖନ୍ନାଙ୍କ ସହ 'ହ୍ୟାସଟ୍ୟାଗ୍ ଇଣ୍ଡିଆ ଫର୍ ମଦର୍ସ' ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ଯାହା ଉପରେ ଆଲୋଚନା କରି ସେ କହିଛନ୍ତି, ଯେତେବେଳେ ଭାରତରେ ମହାମାରୀ ହେତୁ ଜୀବିକା ହରାଇଥିବା ବିଧବା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କୁ ସହାୟତା କରିବା ପାଇଁ ବିକାଶ ଖନ୍ନା ଏବଂ ତାଙ୍କ ଦଳ ହ୍ୟାସଟ୍ୟାଗ ଇଣ୍ଡିଆର ଏହି ନିର୍ଦ୍ଦିଷ୍ଟ ଅଭିଯାନ ପାଇଁ ମୋ ପାଖକୁ ଆସିଲେ, ମୁଁ ସଙ୍ଗେ ସଙ୍ଗେ ହଁ କହିଥିଲି। ଏହି ମହାମାରୀ ସମୟରେ ଏହି ମା'ମାନଙ୍କ ମଧ୍ୟରୁ ଅନେକ ବେକାର ଏବଂ ବାସହୀନ ହୋଇପଡିଛନ୍ତି।’

ସେହିପରି ସେ ଟ୍ରାନ୍ସଜେଣ୍ଡରଙ୍କ ବିଷୟରେ କହିଛନ୍ତି, ‘ସେହିଭଳି, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ମଧ୍ୟ ଆବଶ୍ୟକତା ରହିଛି, ବର୍ତ୍ତମାନ ଅନେକ ବେକାର ସହାୟତାର ଆବଶ୍ୟକ ଲୋଡୁଛନ୍ତି ।’

ABOUT THE AUTHOR

...view details