ଓଡିଶା

odisha

ETV Bharat / sitara

କାଶ୍ମୀର ଛାତ୍ରଙ୍କ ସମର୍ଥନରେ ଆଲିୟାଙ୍କ ମାଆ

ଦିଗଜ ଅଭିନେତ୍ରୀ ସୋନୀ ରାଜଦାନ ଇତିମଧ୍ୟରେ କଶ୍ମୀର ଛାତ୍ରାଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ପୁଲୱାମା ଆକ୍ରମଣ ପରେ କଶ୍ମୀର ଛାତ୍ରାଙ୍କ ସହ ଦୁର୍ବ୍ୟବହାର ନକରିବାକୁ ସମସ୍ତଙ୍କୁ ଟ୍ୱିଟ ଜରିଆରେ ଅନୁରୋଧ କରିଛନ୍ତି । ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ମାଆ ହେଲେ ସୋନୀ।

By

Published : Feb 27, 2019, 3:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ମାଆଅର୍ଥାତ୍ ଦିଗଜ ଅଭିନେତ୍ରୀ ସୋନୀ ରାଜଦାନ ଟ୍ୱିଟ କରି କାଶ୍ମୀର ଛାତ୍ରଙ୍କ ସମର୍ଥନ କରିଛନ୍ତି । ଫେବୃଆରୀ 14ର ପୁଲୱାମା ଆକ୍ରମଣ ପରେ ପୁରା ଦେଶରେ ଦୁର୍ବ୍ୟବହାର, ଧମକ ଏବଂ ହିଂସାର ଶିକାର ହେଉଛନ୍ତି । ସେହି ଆତଙ୍କବାଦୀ ଆକ୍ରମଣରେ ଭାରତୀର ସିଆରପିଏଫର 40ରୁ ଊର୍ଦ୍ଧ୍ୱଯବାନ ଶହୀଦ ହୋଇଥିଲେ ।

ସୋନୀ ଜଣେ କାଶ୍ମୀର ପଣ୍ଡିତ । ତେଣୁ ସେ କାଶ୍ମୀର ଛାତ୍ରଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ସେ ଶୁକ୍ରବାର ଟ୍ୱିଟ କରି ଲେଖିଥିଲେ, "ମୁଁ ସେହି ସବୁ କାଶ୍ମୀର ଛାତ୍ର ଏବଂ ତାଙ୍କ ଲୋକଙ୍କୁ କହିବାକୁ ଚାହୁଁଛି, ଯିଏ ହିଂସାରେ ପୀଡିତ..ଏମାନେ ସେହି ଲୋକ ନୁହନ୍ତି । ଏହିମାନେ ଆତଙ୍କବାଦୀ ନୁହନ୍ତି ।"

ଏହାପୂର୍ବରୁ ସୋନୀ ଟ୍ୱିଟରରେ କାଶ୍ମୀର ଛାତ୍ରଙ୍କ ସୁରକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ କହିଥିଲେ, "ମୋ ସ୍ନେହର ଭାରତ... ଆମେ ଆହତ ଅଛୁ, ସ୍ତବ୍ଧ ଅଛୁ ଏବଂ ଆମେ ଶୋକ କରୁଛୁ । ସେହି ଲୋକଙ୍କୁ ଘୃଣା କରନ୍ତୁ ନାହିଁ । ଯିଏ ଅପରାଧୀ ନୁହନ୍ତି । ଭଗବାନ ତାଙ୍କୁ ତାହା ହେବାରୁ ବଞ୍ଚାନ୍ତୁ, ଯାହାକୁ ଆମେ ଘୃଣା କରୁଛେ । କାଶ୍ମୀର ଛାତ୍ରଙ୍କୁ ସୁରକ୍ଷିତ ରଖନ୍ତୁ । "

For All Latest Updates

ABOUT THE AUTHOR

...view details