ଓଡିଶା

odisha

ETV Bharat / sitara

ସମସ୍ୟା ଘେରରେ ଦବଙ୍ଗ ଗାର୍ଲ, ଠକେଇ ଅଭିଯୋଗରେ ଦେଲେ ବୟାନ - ପ୍ରମୋଦ ଶର୍ମା

ଏକ ଇଭେଣ୍ଟରେ ପରଫର୍ମ କରିବା ପାଇଁ 35 ଲକ୍ଷ ଟଙ୍କା ନେଇଥିଲେ ସୋନାକ୍ଷୀ ସିହ୍ନା । କିନ୍ତୁ ପରେ ପରଫର୍ମ ନକରିବାରୁ ତାଙ୍କ ଉପରେ ଠକେଇ ଅଭିଯୋଗ ଆଣିଥିଲେ ଶିବପୁରାୀ ବାସିନ୍ଦା ପ୍ରମୋଦ ଶର୍ମା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

By

Published : Aug 15, 2019, 10:34 AM IST

ମୁରାଦାବାଦ: କିଛିଦିନ ହେବ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଉପରେ ଠକେଇ ଅଭିଯୋଗ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ଏହି ଠକେଇ ମାମଲାରେ ନିଜ ବୟାନ ରଖିବା ପାଇଁ ସେ ମୁରାଦାବାଦରେ ପହଞ୍ଚିଥିଲେ । ନିଜ ବୟାନ ଦେଇ ସାରି ସୋନାକ୍ଷୀ ଉତ୍ତରାଖଣ୍ତକୁ ଯାତ୍ରା କରିଥିଲେ ।

ପ୍ରକାଶ ଥାଉକି କଟଘର ଥାନା କ୍ଷେତ୍ରର ଶିବପୁରାୀ ବାସିନ୍ଦା ପ୍ରମୋଦ ଶର୍ମା ଇଣ୍ଡିଆ ଫ୍ୟାଶନ ଆଣ୍ଡ ବ୍ୟୁଟି ଆୱାର୍ଡ ନାମରେ ଏକ ଇଭେଣ୍ଟ କମ୍ପାନୀ ଚଲାଉଛନ୍ତି । ଦିଲ୍ଲୀର ସିରି କୋର୍ଟ ଅଡିଟୋରିୟମରେ ଏକ ଇଭେଣ୍ଟ ପାଇଁ ସୋନାକ୍ଷୀଙ୍କ ମ୍ୟାନେଜର ଜରିଆରେ ସମ୍ପର୍କ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ଠିକ କିଛି ସମୟ ପୂର୍ବରୁ ସୋନାକ୍ଷୀ ସେଥିରେ ପରଫର୍ମ କରିବାକୁ ମନା କରିଦେଇଥିଲେ । ଯାହାକୁ ନେଇ ଚିନ୍ତିତ ହୋଇଯାଇଥିଲେ ପ୍ରମୋଦ ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଇଁ ସୋନାକ୍ଷୀ 35 ଲକ୍ଷ ଟଙ୍କା ଫିସ୍ ମଧ୍ୟ ନେଇଥିଲେ । ତାଙ୍କୁ 35 ଲକ୍ଷ ଟଙ୍କା ଅନଲାଇନରେ ପାଞ୍ଚଥର ଭିନ୍ନ ଭିନ୍ ଖାତାରେ ପଠାଯାଇଥିଲା । କାର୍ଯ୍ୟକ୍ରମ ରଦ୍ଦ ହେଲା ପରେ ଆୟୋଜକ ପ୍ରମୋଦଙ୍କୁ ଟଙ୍କା ଫେରାଇବାକୁ ଦାବି କରିଥିଲେ । ଏହାପରେ ପ୍ରମୋଦ ପୋଲିସ ଥାନାରେ ସୋନାକ୍ଷୀ ଓ ତାଙ୍କ ମ୍ୟାନେଜର ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ । ଏନେଇ ଏସଏସପିଙ୍କ ଆଦେଶରେ ସୋନାକ୍ଷୀଙ୍କ ବିରୋଧରେ ଠକେଇ ଅଭିଯୋଗ ରୁଜୁ ହୋଇଥିଲା ।

ABOUT THE AUTHOR

...view details