ଓଡିଶା

odisha

By

Published : Dec 7, 2020, 12:46 PM IST

ETV Bharat / sitara

ଦିଲୀପ କୁମାରଙ୍କ ସୁସ୍ଥ କାମନା କରିବାକୁ ପତ୍ନୀଙ୍କ ଅନୁରୋଧ

ସାୟରା ବାନୋ ଏବେ ଦିଲୀପଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ସମସ୍ତଙ୍କୁ ତାଙ୍କ ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ:ଦୀର୍ଘ ସମୟରୁ ଅସୁସ୍ଥ ଅଛନ୍ତି ଲୋକପ୍ରିୟ ଅଭିନେତା ଦିଲୀପ କୁମାର । ଆଉ ତାଙ୍କ ସେବାରେ ସବୁବେଳେ ଲାଗିଛନ୍ତି ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ । ସେ ପ୍ରାୟତଃ ପ୍ରଶଂସକଙ୍କୁ ସ୍ବାମୀଙ୍କ ହେଲ୍ଥ ଅପଡେଟ ଦେଉଥିବାର ନଜର ଆସୁଛନ୍ତି । ଏଥର ମଧ୍ୟ ନିଜର ଦୁଃଖ ପ୍ରକାଶ କରି ଦିଲୀପଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ କହିଛନ୍ତି । ବର୍ତ୍ତମାନ ଦୁର୍ବଳ ଅଛନ୍ତି ଦିଲୀପ ବୋଲି ତାଙ୍କ କଥାରୁ ଜଣାପଡିଛି ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ, ‘ଦିଲୀପ ଦୁର୍ବଳ। ଅଛନ୍ତି । ଅନେକ ଥର ସେ ହଲକୁ ଆସଛୁ ଏବଂ ରୁମକୁ ଫେରି ଯାଉଛନ୍ତି | ବର୍ତ୍ତମାନ ତାଙ୍କ ଇମ୍ୟୁନିଟି ପାୱାର ବହୁତ କମ୍ ଅଛି । ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ | ଆମେ ପ୍ରତ୍ୟେକ ଦିନ ଭଗବାନଙ୍କୁ ଧନ୍ୟବାଦ ଦେଉଛୁ । ମୁଁ ବାଧ୍ୟରେ ନୁହେଁ ବରଂ ପ୍ରେମରେ ତାଙ୍କ ଧ୍ୟାନ ସବୁବେଳେ ରଖୁଛି । ମତେ ପ୍ରଶଂସାର ଆବଶ୍ୟକ ନାହିଁ । ତାଙ୍କ ଛୁଇଁବା ଏବଂ ତାଙ୍କ ସାଥିରେ ରହିବା ମତେ ପସନ୍ଦ । ଯାହା ମୋ ପାଇଁ ଦୁନିଆର ସବୁଠୁ ଭଲ ଜିନିଷ । ମୁଁ ତାଙ୍କୁ ବହୁତ ଭଲ ପାଇଛି ସେ ମୋ ଦୁନିଆ ।’

ପ୍ରକାଶ ଥାଉକି ଅକ୍ଟୋବର 11ରେ ଏହି ଯୋଡି ବିବାହ ବାର୍ଷିକୀ ସେଲିବ୍ରେଟ କରନ୍ତି । ହେଲେ ଏଥର ଦୁଇଜଣ କୌଣସି ସେଲିବ୍ରେଶନ କରିନଥିଲେ । କାରଣ ଏବର୍ଷ ଦିଲୀପଙ୍କ ଦୁଇ ଭାଇଙ୍କ ଦେହାନ୍ତ ହୋଇଥିଲା । ସେଥିପାଇଁ ପରିବାରରେ ଖେଳିଯାଇଥିଲା ଶୋକର ଛାୟା ।

ABOUT THE AUTHOR

...view details