ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ କଡା ଯାଞ୍ଚ କରୁଛି । ଇତିମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ସିବିଆଇ ପଚରାଉଚରା ପାଇଁ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ପିତା ଇନ୍ଦ୍ରଜିତ ଓ ଶୋଭିକ ଚକ୍ରବର୍ତ୍ତୀଙ୍କୁ ସମନ ପଠାଇଥିଲା । ହେଲେ ଅନ୍ୟପଟେ ରିଆଙ୍କ ଓକିଲ ସତୀଶ ମାନସିନ୍ଦେ ଏହାକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଅନୁଯାୟୀ ସିବିଆଇ ପକ୍ଷରୁ ରିଆ ଓ ତାଙ୍କ ପରିବାରକୁ କୌଣସି ସମନ ମିଳିନାହିଁ ।
ପ୍ରକାଶ ଥାଉକି ରବିବାର କିଛି ରିପୋର୍ଟରେ କୁହାଯାଇଥିଲା ଯେ ସିବିଆଇ ତରଫରୁ ରିଆଙ୍କ ପରିବାରକୁ ସମନ ପଠାଯାଇଛି । ସୁଶାନ୍ତଙ୍କ କେସ ଯାଞ୍ଚରେ ସିବିଆଇ ରିଆଙ୍କ ଠାରୁ ସବୁ ଡିଟେଲ୍ସ ଶୁଣିବାକୁ ଚାହୁଁଚନ୍ତି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ରିଆଙ୍କ ଲିଗାଲ ଟିମ ଏହାକୁ ଖଣ୍ଡନ କରିଛନ୍ତି ।