ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସୁନ୍ଦରୀ ଅଭିନେତ୍ରୀ ହେବା ସହ ବୋଲ୍ଡ ମଧ୍ୟ । ତାଙ୍କ ଫ୍ୟାସନ୍ ସେନ୍ସକୁ ବେଶ୍ ପସନ୍ଦ କରନ୍ତି ଫ୍ୟାନ୍ସ । ହେଲେ କେବେ କେବେ ସେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟନ୍ତି । ଏମିତି କିଛି ପୁଣିଥରେ ଦେଖିବାକୁ ମିଳିଛି । ଆଉଟଫିଟ୍ ପାଇଁ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ ।
କଥାଟି ହେଲା ଯେ ନିକଟରେ ସୋଫିଆ ଭର୍ଗାରାଙ୍କ ସହ ଗ୍ଲୋବାଲ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ ପ୍ରିୟଙ୍କା ଡେଭିଡ ୱେବ୍ ଏକ୍ସ ଷ୍ଟପ୍ କର୍କଟ ଚ୍ୟାରେଟି ଇଭେଣ୍ଟରେ ଉପସ୍ଥିତ ହୋଇଥିଲେ। ବେଭର୍ଲି ହିଲ୍ସରେ ଏହାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଳଦିଆ ଏବଂ କଳା ରଙ୍ଗର ଏକ ଗିଙ୍ଗହମ୍ ପୋଷାକରେ ନଜର ଆସିଥିଲେ ପ୍ରିୟଙ୍କା ।