ଓଡିଶା

odisha

ଅନୁରାଗ-ତାପସୀଙ୍କ ଘରେ ଚଢାଉ ଜାରି, କର୍ମର ଫଳ କହିଲେ କଙ୍ଗନା

By

Published : Mar 5, 2021, 11:46 AM IST

କଙ୍ଗନାଙ୍କୁ ମିଳିଲା ସୁଯୋଗ । ପୁଣିଥରେ ତାଙ୍କ କଡା ସମାଲୋଚନାର ଶିକାର ହେଲେ ଅନୁରାଗ ଓ ତାପସୀ । ଆଇଟିର ଚଢାଉ ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆୟକର ବିଭାଗ ଦ୍ବାରା ଲୋକପ୍ରିୟ ନିର୍ମାତା ଅନୁରାଗ କଶ୍ୟପ, ବିକାଶ ବହଲ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଅନ୍ୟ କିଛି ଷ୍ଟାର୍ସଙ୍କ ବାସଭବନରେ ଚଢାଉ କରାଯାଇଥିଲା। ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ କରାଯାଇଛି। ଯାହାର ଯାଞ୍ଚ ଏଯାବତ ଚାଲିଛି । ସେମାନଙ୍କ ଘର ଏବଂ ଅଫିସରେ ଚାଲିଛି ଆଇଟିର ସର୍ଚ୍ଚ ଅପରେସନ୍। ଇତିମଧ୍ୟରେ ତାଙ୍କୁ ନେଇ କଡା କଥା କହିଛନ୍ତି କଙ୍ଗନା ରଣାୱତ । ସୁଯୋଗକୁ ହାତ ଛଡା ନକରି କଙ୍ଗନା ସୋସିଆଲ ମିଡିଆରେ ଏମାନଙ୍କ ବିଷୟରେ ବିବାଦୀୟ ପ୍ରତିକ୍ରିୟା ରଖିଛନ୍ତି ।

ଅନୁରାଗ ଓ ତାପସୀଙ୍କ ଏହି ଖବରର ଏକ ଲିଙ୍କ୍ ସେୟାର କରିଛନ୍ତି କଙ୍ଗନା । ଯେଉଁଥିରେ କୁହାଯାଇଛି ଯେ, ଚଢାଉ ସମୟରେ ଆୟକର ବିଭାଗକୁ 650 କୋଟି ଟଙ୍କା କାରବାର ବିଷୟରେ ଜଣାପଡିଛି। ଏହା ପୂର୍ବରୁ 350 କୋଟି ଟଙ୍କାର କାରବାରରେ ବିଶୃଙ୍ଖଳା ଦେଖାଦେଇଥିଲା।

ସେହିପରି କଙ୍ଗନା ଲେଖିଛନ୍ତି, ‘ପ୍ରତି ମିନିଟରେ ସଂଖ୍ୟା ବଢୁଛି। ଏହା କେବଳ ଟଙ୍କା ଯାହା ବିଷୟରେ ସୂଚନା ମିଳିଛି । ଜଣେ କେବଳ କଳ୍ପନା କରିପାରିବ ଯେ ଅର୍ଥ ହେରଫେରର ପ୍ରକୃତ ସଂଖ୍ୟା କ’ଣ? ବଲିଉଡରେ ଚାଲିଥିବା ଗ୍ୟାଙ୍ଗ ଆତଙ୍କବାଦୀ ରାକେଟର ଖଣ୍ଡ ଖଣ୍ଡ ହେବା ଆବଶ୍ୟକ। ସେମାନେ କେବଳ ଆତଙ୍କବାଦୀ ନୁହଁନ୍ତି ଦେଶଦ୍ରୋହୀ ମଧ୍ୟ ।’

ଅନ୍ୟ ଏକ ଟ୍ବିଟରେ କଙ୍ଗନା ଲେଖିଛନ୍ତି ଯେ କୱାନ୍ ଏଜେନ୍ସି ଏବଂ ଫାଣ୍ଟମ୍ ପ୍ରଡକ୍ସନ୍ ହାଉସରେ ମେ ଠୁ ଏବଂ ଦୁଷ୍କର୍ମର ଅନେକ ଅଭିଯୁକ୍ତ ଥିଲେ କିନ୍ତୁ ବଲିଉଡ ସେମାନଙ୍କୁ ସବୁବେଳେ ରକ୍ଷା କରିଥିଲେ। ଅନୁରାଗଙ୍କ ପରି ଲୋକ ଜନ୍ମରୁ କ୍ରିମିନାଲ । ଇଣ୍ଡଷ୍ଟ୍ରି ମି ଠୁ କୁ ଦବେଇ ଦେଲା । ହେଲେ ଯେମିତି କର୍ମ ସେମିତି ଫଳ ।

ABOUT THE AUTHOR

...view details