ମୁମ୍ବାଇ: ଦେଶରେ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ସେପଟେ କୋରୋନାକୁ ନେଇ ସମସ୍ତେ କ୍ରୋଧିତ ନଜର ଆସୁଥିବା ବେଳେ କଙ୍ଗନା ରଣାୱତଙ୍କ କିନ୍ତୁ ଶାନ୍ତି ରହିବାକୁ ବାର୍ତ୍ତା ବାଣ୍ଟିଛନ୍ତି । ମୁଖ୍ୟ କଥା ହେଲା ଏହା ଜରିଆରେ ମଧ୍ୟ ସେ ଅନ୍ୟମାନଙ୍କୁ କମେଣ୍ଟ ମାରିଛନ୍ତି ।
ତେବେ କଥାଟି ହେଲା ଯେ ସେ ଟ୍ବିଟରେ ପୋଷ୍ଟ କରି ଲେଖିଛନ୍ତି, ‘ଯଦି କେହି କ୍ରୋଧିତ, ଉଦାସୀନ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତିତ, ତେବେ ସେମାନେ ଅଧିକାରପ୍ରାପ୍ତ ଦୃଷ୍ଟ ବ୍ୟକ୍ତି , ଯଦି ସୂର୍ଯ୍ୟ ଉଜ୍ଜଳ ନକରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏହା ଆପଣଙ୍କୁ କୌଣସି ବ୍ୟାଖ୍ୟା କରିବାର ଋଣ ନୁହେଁ, ଏହି ପୃଥିବୀ ଯାହା ଆପଣଙ୍କୁ ହଠାତ୍ ଶତ୍ରୁତା କରିଥଲା, ସେ ଆପଣଙ୍କୁ ଏକ ବାଖ୍ୟା କରିବାର ଋଣୀ ନୁହଁନ୍ତି । ମୂର୍ଖମାନେ ଶାନ୍ତ ହୁଅ ।’