ମୁମ୍ବାଇ: ଶୁକ୍ରବାର ସନ୍ଧ୍ୟାରେ କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ନିଜ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରୁ ହଟାଇବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲା । ଯାହାକୁ ନେଇ ଫ୍ୟାନ୍ସ ଅସନ୍ତୋଷ ଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ ।
କାର୍ତ୍ତିକଙ୍କୁ ଫିଲ୍ମରୁ ଆଉଟ୍ କଲେ କରନ, ରାଗିଲେ କଙ୍ଗନା - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ଟ୍ବିଟ
ବର୍ତ୍ତମାନ କାର୍ତ୍ତିକଙ୍କ ସପୋର୍ଟରେ ନଜର ଆସୁଛନ୍ତି କଙ୍ଗନା । ‘ଦୋସ୍ତାନା 2’ରୁ ତାଙ୍କୁ ବାହାର କରିବାକୁ କଥାକୁ ଆଧାର କରି ପରିବାରବାଦ ପ୍ରସଙ୍ଗ ଉଠାଇଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...
ଏହି ଖବର ଶୁଣିବା ମାତ୍ରେ କଙ୍ଗନା ଟ୍ବିଟ କରି ଲେଖିଛନ୍ତି, ‘କାର୍ତ୍ତିକ ନିଜେ ଏ ପର୍ଯ୍ୟନ୍ତ ଆସିଛନ୍ତି, ନିଜେ ସେ ଏହା ଜାରି ରଖିବେ, କେବଳ ପାପା ଜୋଙ୍କୁ ଅନୁରୋଧ ଏବଂ ତାଙ୍କ ପରିବାରବାଦ ଗ୍ୟାଙ୍ଗ କ୍ଲବ ଦୟାକରି ତାଙ୍କୁ ଏକୁଟିଆ ଛାଡିଦିଅ ଯେପରି ସୁଶାନ୍ତଙ୍କୁ ବାଧ୍ୟ କରିଥିଲ ଆତ୍ମହତ୍ୟା ପାଇଁ ସେଭଳି କରନାହିଁ। ତୁମେ ଶାଗୁଣା ତାଙ୍କୁ ଛାଡିଦିଅ ।’
ଖାଲି ଏତିକି ନୁହେଁ ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘କାର୍ତ୍ତିକ ଏହି ଚିଲ୍ଲର ମାନଙ୍କୁ ଡର ନାହିଁ । କାରଣ ଏମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ତୁମ ଖରାପ ଆଚରଣ ଉପରେ ପ୍ରକାଶିତ ହୋଇଥିବା ଖବରକୁ ମୁଁ ଖଣ୍ଡନ କରୁଛି । ଏମାନେ ସୁଶାନ୍ତଙ୍କ ନାମରେ ମଧ୍ୟ ଏପରି ଅଭିଯୋଗ ଲଗାଇଥିଲେ । ତୁମ ସହ ଆମେ ଅଛୁ । ଆଜି ତୁମକୁ ଏକୁଟିଆ ଅନୁଭବ ହେଉଥିବ । ଏଭଳି ଜିନିଷକୁ ଅନୁଭବ କରିବାର କୌଣସି ଆବଶ୍ୟକ ନାହିଁ । ତୁମ ଆଗାମୀ ଭବିଷ୍ୟତରେ ଭଲ କାମ କରିବ । ନିଜ ଉପରେ ବିଶ୍ବାସ ରଖ ।’