ମୁମ୍ବାଇ: ବୁଧବାର ସକାଳେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି । ଇଣ୍ଟିରିଅର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ବି-ଟାଉନର କୁଇନ କଙ୍ଗନା ରଣାୱତ ଏକ ଭିଡିଓ ଜାରି କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯେଉଁଥିରେ ସେ କହିଛନ୍ତି, ‘ମୁଁ ମହାରାଷ୍ଟ୍ର ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ଆଜି ଆପଣ ଅର୍ଣ୍ଣବଙ୍କ ଘରକୁ ଯାଇ ତାଙ୍କୁ ମାଡ ମାରିଛି । ତାଙ୍କ ଚୁଟି ଧରି ଟାଣିଛି । ତାଙ୍କୁ ଆକ୍ରମଣ କଲ, ତୁମେ କେତେ ଘର ଭାଙ୍ଗିବ? ଆଉ କେତେ ସ୍ବର ବନ୍ଦ କରିବେ? ସୋନିଆ ସେନା କେତେ ମୁହଁ ବନ୍ଦ କରିବ ଆଉ ? ହେଲେ ଲୋକଙ୍କ ସ୍ବର ଆହୁରି ଉତ୍ତୋଳନ ହେବ।’