ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବି-ଟାଉନର କୁଇନ କଙ୍ଗନା ରଣାୱତ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇ ଆସୁଛନ୍ତି । ସେହିପରି ସେ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ସବୁଦିନ ଟାର୍ଗେଟ କରିଥିବାର ଦେଖାଯାଉଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ତାଙ୍କ ରାଗର ଶିକାର ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ହୋଇଛନ୍ତି । କାରଣ ନିକଟରେ ଆୟୁଷ୍ମାନ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ସପୋର୍ଟ କରୁଥିବାର ଦେଖାଯାଇଥିଲେ ।
ଏବେ କଙ୍ଗନା ଏହାକୁ ଆଧାର କରି ଆଉଟସାଉଡରଙ୍କ ଉପରେ ସୋସିଆଲ ମିଡିଆରେ ଲେଖିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସେ ପ୍ରଯୋଜକ, ଅଭିନେତା କମାଲ ଆର ଖାନ(କେଆରକେ)ଙ୍କ ଏକ ଟ୍ବିଟକୁ ରିଟ୍ବିଟ କରି ଚର୍ଚ୍ଚାରେ ।
କଥାଟି ହେଲା ଯେ କେଆରକେ ଟ୍ବିଟରେ କହିଥିଲେ ଆୟୁଷ୍ମାନ ତିନୋଟି କାରଣ ପାଇଁ ପରିବାରବାଦ ଓ ଷ୍ଟାର କିଡ୍ସଙ୍କ ସପୋର୍ଟ କରୁଛନ୍ତି । ପ୍ରଥମ ହେଲା ଆୟୁଷ୍ମାନଙ୍କୁ ବଲିଉଡରେ ତିଷ୍ଠିକି ରହିବାର ଅଛି । ଦ୍ବିତୀୟ ହେଲା ସେ ୟଶରାଜ ଫିଲ୍ମସର ଆର୍ଟିଷ୍ଟ । ଆଉ ତୃତୀୟ ହେଲା ସୁଶାନ୍ତ ତାଙ୍କର ବଡ କମ୍ପିଟିଟର ଥିଲେ । ସେହିପରି ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଥିଲେ, ‘ଚିନ୍ତା କରନ୍ତୁ ନାହିଁ ଆପଣଙ୍କର ବି ଫିଲ୍ମ ଆସିବ ଆଉ ଜନତା କଡା ଜବାବ ଦେବେ। ଅଲ ଦ ବେଷ୍ଟ।’
ଏହି ଟ୍ବିଟକୁ ରିଟ୍ବିଟ କରି କଙ୍ଗନାଙ୍କ ଟିମ ଲେଖିଛନ୍ତି, ‘ଚାମଚା ଆଉଟସାଇଡର କିଛି କାରଣ ପାଇଁ ମାଫିଆକୁ ସପୋର୍ଟ କରନ୍ତି । ଯାହା ହେଲା ତାଙ୍କ ବିଚାରର ସମାନତା । ସେମାନଙ୍କୁ ଇଣ୍ଡଷ୍ଟ୍ରିରେ କେହି କିଛି କୁହନ୍ତି ନାହିଁ । କାରଣ ସେମାନେ କଙ୍ଗନା ଓ ସୁଶାନ୍ତଙ୍କ ଭଳି କଳାକାରଙ୍କ ମଜାକ ଉଡାନ୍ତି। ଆଉ କେବେ ମଧ୍ୟ ସତ କଥା କୁହନ୍ତି ନାହିଁ ।’