ସିମଲା: ହିନ୍ଦୀ ସିନେ ଜଗତର ପିଛା ଛାଡୁନି ବାଦ ବିବାଦ । ଗୋଟିଏ ନସରୁଣୁ ଏଠି ମୁଣ୍ଡ ଟେକୁଛି ଏକ ନୂଆ ବିବାଦ । ଏମିତିରେ ବିଗତ କିଛି ଦିନ ହେବ ଶିବସେନା ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ କୁଇନ କଙ୍ଗନା ରଣାୱତ ।
ଲଗାତାର ଟ୍ବିଟ ମାଧ୍ୟମରେ କଙ୍ଗନା ମହାରାଷ୍ଟ୍ର ସରକାର ଏବଂ ଶିବସେନା ଉପରେ ଓ୍ବାର ଜାରି ରଖିଛନ୍ତି । ଅଭିନେତା ସୁଶାନ୍ତ ସିଂଙ୍କ ଦେହାନ୍ତ ପରେ ଅଭିନେତ୍ରୀ କଙ୍ଗନା କ୍ରମାଗତ ଚର୍ଚ୍ଚାରେ ଅଛନ୍ତି ।
ଏହି ସମୟରେ କଙ୍ଗନାଙ୍କ ଆଉ ଏକ ଟ୍ବିଟ ସାମ୍ମନାକୁ ଆସିଛି । କଙ୍ଗନା ଟ୍ବିଟ କରି ଲେଖିଛନ୍ତି ଯେ, ମୁଁ ଜଣେ କ୍ଷତ୍ରୀୟ, ମୁଣ୍ଡ କାଟି ପାରିବି, କିନ୍ତୁ ମୁଣ୍ଡ ନୁଆଁଇ ପାରିବି ନାହିଁ । ରାଷ୍ଟ୍ରର ସମ୍ମାନ ପାଇଁ ମୁଁ ସର୍ବଦା ସ୍ବର ଉତ୍ତୋଳନ କରିବି । ମୁଁ ସମ୍ମାନ, ଆତ୍ମ ସମ୍ମାନ ସହିତ ବଞ୍ଚେ ଏବଂ ରାଷ୍ଟ୍ରବାଦୀ ଭାବରେ ଗର୍ବର ସହିତ ବଞ୍ଚିବି । ''ଜୟ ହିନ୍ଦ '' ।
ପ୍ରକାଶ ଥାଉ ଯେ, କଙ୍ଗନା କ୍ରମାଗତ ଭାବରେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଟ୍ବିଟ ମାଧ୍ୟମରେ ଟାର୍ଗେଟ କରୁଛନ୍ତି । ଏଥି ସହିତ ଏହା ପୂର୍ବରୁ କଙ୍ଗନା ଡ୍ରଗ୍ସ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ