ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ମିଳିଲା ଆଶ୍ବସ୍ତି । ଗତ ବର୍ଷ ତାଙ୍କ ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିବା ସଙ୍ଗୀତକାର ଜାଭେଦ ଅଖତରଙ୍କ ଯାଚିକାକୁ ଖାରଜ କରି ଦିଆଯାଇଛି। ଜାଭେଦଙ୍କ ଦ୍ବାରା ଦାଖଲ ହୋଇଥିବା ମାମଲାରେ ମୁମ୍ବାଇର ଅନ୍ଧେରୀ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ କଙ୍ଗନାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
କଙ୍ଗନାଙ୍କୁ ଆଶ୍ବସ୍ତି, ଜାଭେଦଙ୍କ ମାନହାନୀ ମକଦ୍ଦମା ଖାରଜ
ଗତ ବର୍ଷ କଙ୍ଗନାଙ୍କ ନାଁରେ ଅନେକ ଆଇନ ସମସ୍ୟା ଉପୁଜିଥିଲା । ହେଲେ ଏବେ ତାଙ୍କୁ ଜାଭେଦଙ୍କ ମାମଲାରେ ରିହାତି ମିଳିଛି । କାରଣ ଜାଭେଦଙ୍କ ମାନହାନୀ ମକଦ୍ଦମାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଜାଭେଦ ଗତ ବର୍ଷ ନଭେମ୍ବରରେ କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏହି ମାମଲାରେ କଙ୍ଗନା ଗୁରୁବାର କୋର୍ଟରେ ହାଜର ହୋଇଥିଲେ, ଶୁଣାଣି ସମୟରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ଯେଉଁ ସୂଚନା ସାମ୍ନାକୁ ଆସିଛି ସେଥିରେ କୁହାଯାଇଛି, ‘ଜାଭେଦ ମାନହାନି ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ କଙ୍ଗନାଙ୍କୁ ଆଶ୍ବସ୍ତି ଦେଇଛନ୍ତି। ସେ ଆଜି କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କ ବିରୋଧରେ ଜାରି ଜାମିନ ଆବେଦନକୁ ବାତିଲ କରିବାକୁ ଆବେଦନ କରିଥିଲେ। ଯେଉଁଥିରେ ତାଙ୍କୁ ସଫଳତା ମିଳିଛି ।’