ମୁମ୍ବାଇ: ବି-ଟାଉନ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ କିଛି ମାସରୁ କ୍ରମାଗତ ଭାବେ ସାମାଜିକ ଓ ରାଜନୀତି ପ୍ରସଙ୍ଗ ଉପରେ ବିନ୍ଦାସ ଜବାବ ଦେବାରେ ଲାଗିଛନ୍ତି । ସେ ବଲିଉଡରେ ଚାଲିଥିବା ପରିବାରବାଦଠୁ ନେଇ କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଥିରେ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଏକ ବିବାଦୀୟ ଟ୍ବିଟ ପାଇଁ ସମାଲୋଚନାର ଶିକାର ମଧ୍ୟ ହୋଇସାରିଛନ୍ତି । ହେଲେ ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସେ ନିଜକୁ ପିଲାବେଳୁ ବଡ ହୋଇଯାଇଥିବା କଥା କହିଛନ୍ତି ।
କଥାଟି ହେଲା ଯେ ସେ ଟ୍ବିଟରରେ ନିଜର ପିଲାବେଳେ ଫଟୋ ପୋଷ୍ଟ କରି ଜଣାଇଛନ୍ତି ସେ କମ୍ ବୟସରୁ ମଧ୍ୟ ବଡ ମଣିଷ ଭଳି ଚିନ୍ତା କରୁଥିଲେ । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ପିଲାବେଳେ ମୁଁ ପିଲାମାନଙ୍କ ସହିତ ଖେଳିବା ମୋର ମନେ ନାହିଁ, ତଥାପି ମୋର ପ୍ରିୟ ଜିନିଷ ଥିଲା ମୋର ପୋଷାକ ପାଇଁ ଫ୍ୟାନ୍ସି ଗାଉନ୍, ପୋଷାକ ତିଆରି କରିବା ଏବଂ ମୁଁ ଘଣ୍ଟା ଘଣ୍ଟା ଚିନ୍ତା କରିବାକୁ ଭଲ ପାଉଥିଲି, ତେଣୁ ଗଭୀର ଚିନ୍ତିତ ପରିପକ୍ବ ଆଖି ଥିଲା ମୋ ପାଖରେ । କିଛି ଏମିତି ପିଲା ଥାଆନ୍ତି ଯିଏ କମ୍ ବୟସରେ ବଡ ମଣିଷ ପରି ଚିନ୍ତା କରନ୍ତି । ମୁଁ ତାଙ୍କ ମଧ୍ୟରୁ ଅନ୍ୟତମ ।’