ମୁମ୍ବାଇ: ବଲିଉଡ ଲୋକପ୍ରିୟ ଯୋଡି ରିତେଶ ଦେଶମୁଖ ଓ ଜେନେଲିଆ ଏକ ନୂଆ ଶୋ ପାଇଁ ହୋଷ୍ଟ କରିବେ । ଯାହା ବୟସ ଲିଙ୍ଗଗତ ବିତର୍କର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଶୋକୁ ନେଇ କିଛି ଦିନରୁ ଚର୍ଚ୍ଚା ଚାଲିଛି । ସେପଟେ ସ୍ବାମୀଙ୍କ ସହ ପୁଣି ସ୍କ୍ରିନ ସେୟାର କରିବାକୁ ନେଇ ଉତ୍ସାହିତ ଜେନେଲିଆ । ପୂର୍ବରୁ ଫିଲ୍ମରେ ଏକାଠି ନଜର ଆସିସାରିଥିବା ଏହି ଯୋଡି ଏଥର ଶୋ ଜରିଆରେ ଫ୍ୟାନ୍ସଙ୍କୁ ଦିୱାନା କରିବେ । ଏହି ଡିଜିଟାଲ ଶୋର ଟାଇଟେଲ ‘ଲେଡିଜ୍ ଭସେସ୍ ଜେଣ୍ଟେଲମ୍ୟାନ’ ରଖାଯାଇଛି । ଏହା ହେଉଛି ଏକ ଇଣ୍ଟରାକ୍ଟିଭ୍ ପୋଲ୍ ଶୋ ଯେଉଁଥିରେ ମତାମତ, ଯୁକ୍ତି ଏବଂ ବେଳେବେଳେ ଉଭୟ ଲିଙ୍ଗ ମଧ୍ୟରେ ଚୁକ୍ତି ହେବ ।
ରିତେଶ ଏବଂ ଜେନେଲିଆଙ୍କ ଦ୍ବାରା ଆୟୋଜିତ ଏହି ଶୋରେ ଟିମ ଲେଡିଜ୍ ଭସେସ୍ ଟିମ ଜେଣ୍ଟେଲମ୍ୟାନରେ ନଜର ଆସିବେ ଟେଲି ଅଭିନେତା କରନ ୱାହି, କରନ କୁନ୍ଦ୍ରା, ବିକାଶ ଗୁପ୍ତା, ନିଆ ଶର୍ମା, ତେଜସ୍ବୀ ପ୍ରକାଶ, ବାନି ଜେ, ରଶ୍ମୀ ଦେଶାଇ, ପରାସ ଛାବ୍ରା ଏବଂ ରିତ୍ବିକ ଧନଜାନି ।