ମୁମ୍ବାଇ: ସୋସିଆଲ ମିଡିଆକୁ ବାଏ ବାଏ କହି ଫ୍ୟାନ୍ସଙ୍କୁ ନିରାଶ କରିଥିବା ଫାତିମା ସନା ଶେଖ ବର୍ତ୍ତମାନ ନିଜ ସହ ଘଟିଥିବା କିଛି କାହାଣୀ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ରାସ୍ତାରେ ଦୁର୍ବ୍ୟବହାର ସହିବା ସହ ବଲିଉଡରେ କାଷ୍ଟିଂ କାଉଚର ଶିକାର ମଧ୍ୟ ହୋଇଛନ୍ତି ବୋଲି ଜଣାଇଛନ୍ତି ।
ତେବେ କଥାଟି ହେଲା ଯେ ଏକ ସାକ୍ଷାତକାରରେ ନିଜ ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ କିଛି ବର୍ଷ ପୂର୍ବେ ଏକଦା ମୁଁ ଜିମରୁ ଘରକୁ ଫେରୁଥିଲି । ଜଣେ ପୁଅ ମୋ ପାଖକୁ ଆସି ବାରମ୍ବାର ମତେ ଦେଖୁଥିଲା । ଆଉ ଯେତେବେଳେ ମୁଁ ତାକୁ ପଚାରିଲି ସେ କଣ ପାଇ ଦେଖୁଛି। ସେ କହିଥିଲା ତା ଇଚ୍ଛା । ଏହା ଶୁଣି ମୁଁ କ୍ରୋଧିତ ହୋଇଯାଇ ତାକୁ ରାସ୍ତାରେ ଶକ୍ତ ଚାପୁଡା ମାରିଥିଲି । ସେ ପୁଅ ମଧ୍ୟ ମୋ ମୁହଁକୁ ଗୋଟିଏ ପଞ୍ଚ୍ ମାରିବାରୁ ମୁଁ ପଡିଗଲି । ଆଉ ପରେ ମୋ ବାପାଙ୍କୁ ଡକାଇଲି । ମୋ ବାପା ଆସି କହିଥିଲେ କାହାର ଏତେ ସାହାସ ହେଲା ମୋ ଝିଅ ଉପରୁ ହାତ ଉଠାଇବା ପାଇଁ ।’