ଓଡିଶା

odisha

ETV Bharat / sitara

ପୁଣି ବୋଲ୍ଡ ଅବତାରରେ ବିପାଶା, ଭାଇରାଲ ଫଟୋ

ସୋସିଆଲ ମିଡିଆରେ ଚହଳ ସୃଷ୍ଟି କଲା ବିପାଶାଙ୍କ ସେକ୍ସୀ ଅବତାର। ଏଥର ଫଟୋ ସେୟାର କରି ସେ ଫୁଲ ପରି ହେବାକୁ ଚାହୁଁନାହାଁନ୍ତି ବୋଲି ଜଣାଇଛନ୍ତି।

By

Published : Jul 22, 2020, 8:35 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶ ବାସୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶ ବାସୁ

ମୁମ୍ବାଇ: ବି-ଟାଉନର ବ୍ଲାକ ବ୍ୟୁଟି ବିପାଶା ବାସୁ ବିବାହ ପରଠୁ ଫିଲ୍ମ ଜଗତ ଠୁ ଦୂରେଇ ଅଛନ୍ତି। ହେଲେ ସେ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ନିଜ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ସେ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାଆନ୍ତି । ଇତିମଧ୍ୟରେ ତାଙ୍କର ଏକ ବୋଲ୍ଡ ଗ୍ଲାମରସ ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଯେଉଁଥିରେ ତାଙ୍କ ଜଲୱା ଦେଖିବାକୁ ମିଳୁଛି।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ବିପାଶା ଲେଖିଛନ୍ତି, ‘ମୁଡ... ନିଜକୁ ସବୁବେଳେ ପ୍ରେମ କର। ମୁଁ ଫୁଲ ପରି ହେବି ନାହିଁ ଯାହାର ସୌନ୍ଦର୍ଯ୍ୟକୁ ଛିଣ୍ଡେଇ ଦିଆଯିବ ନହେଲେ ଶୁଖିବା ପାଇଁ ଛାଡି ଦିଆଯିବ। ମତେ ଖୋଜିବା କଷ୍ଟ ଏବଂ ଭୁଲିବା ଅସମ୍ଭବ।’

ବର୍ତ୍ତମାନ ଫ୍ୟାନ୍ସଙ୍କୁ ବିପାଶଙ୍କ ଏହି ଅନ୍ଦାଜ ଖୁବ୍ ପସନ୍ଦ ଆସୁଛି । ଯାହାଦ୍ବାରା ତାଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ପ୍ରକାଶ ଥାଉକି ନିକଟରେ ସେ ନିଜର କିଛି ଥ୍ରୋବ୍ୟାକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଥିଲେ । ହେଲେ ଏବେ ଦେଖନ୍ତୁ ତାଙ୍କ ବୋଲ୍ଡ ନୂଆ ଫଟୋ...

ABOUT THE AUTHOR

...view details