ଓଡିଶା

odisha

ETV Bharat / sitara

ୱାର୍କଆଉଟ ପାଇଁ ନିଜକୁ କେମିତି ମୋଟିଭେଟ କରୁଛନ୍ତି ଆଲିୟା, ଜାଣନ୍ତୁ...

ଫଟୋ ସିରିଜ ସେୟାର କରି ୱାର୍କଆଉଟ ବିଷୟରେ ଜଣାଇଲେ ଆଲିୟା । କିପରି ନିଜକୁ ମୋଟିଭେଟ କରନ୍ତି ତାନେଇ ଆଲୋଚନା କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

By

Published : Jun 16, 2021, 2:01 PM IST

ମୁମ୍ବାଇ: ବି-ଟାଉନର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ଫିଟ୍ ନଜର ଆସନ୍ତି । ହେଲେ ଫିଟ୍ ରହିବା ପାଇଁ ସେ କିପରି ନିଜକୁ ଫୋର୍ସ କରନ୍ତି ତାହା ନେଇ ବଡ ଖୁଲାସା କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ୱାର୍କଆଉଟ ବିଷୟରେ ଆଲୋଚନା କରିଛନ୍ତି ସେ । ଯାହାକୁ ନେଇ ଏବେ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ସେ ଇନଷ୍ଟାଗ୍ରାମରେ ନିଜର କିଛି ମୋଶନ ଫଟୋ ପୋଷ୍ଟ କରିଛନ୍ତି । ସେହିପରି ଏହି ସିରିଜର ନାମ ସେ ରଖିଛନ୍ତି ‘ୱାର୍କଆଉଟ ସମୟରେ କଷ୍ଟ’ । ଆଉ ଗୋଟିଏ ଫଟୋରେ ସେ ଲେଖିଛନ୍ତି ଯେ ୱାର୍କଆଉଟର ଆରମ୍ଭ ସେ ଜୋତା ପିନ୍ଧିକି କରନ୍ତି । ଏହାପରେ ସେ ନିଜ ପାଣି ବଟଲ ଦେଖାଇଛନ୍ତି । ଯାହାଦ୍ବାରା ତାଙ୍କୁ ସାହସ ମିଳେ । ଆଉ ଯଦି ଏହା ସତ୍ତ୍ବେ ସେ ୱାର୍କଆଉଟ ପାଇଁ ମୋଟିଭେଟ ହୁଅନ୍ତି ନାହିଁ ତେବେ ସେ ପିଜ୍ଜା ବିଷୟରେ ଭାବନ୍ତି । ଯାହା ତାଙ୍କୁ ଆଗାମୀ ୱିକେଣ୍ଡରେ ଖାଇବାକୁ ମିଳିବ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ଏହାବ୍ୟତୀତ ସେ ଟ୍ରେଡମିଲରେ ଚାଲୁଥିବାର ନଜର ଆସୁଛନ୍ତି । ପରିଶେଷରେ ସେ ବାଏ କହି ଏହି ଫଟୋ ସିରିଜର ସମାପ୍ତ କରୁଛନ୍ତି । ଦେଖନ୍ତୁ ତାଙ୍କ ଏହି ଫଟୋ ସିଜିର...

ABOUT THE AUTHOR

...view details