ଓଡିଶା

odisha

ETV Bharat / sitara

ବିହାର ଶିଶୁମୃତ୍ୟୁ ଘଟଣା: ଶୋକରେ ବି-ଟାଉନ

ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା ଓ ଅଭିନେତା ପଙ୍କଜ ତ୍ରିପାଠୀ ଟ୍ବିଟ କରି ବିହାରରେ ଚମକି ଜ୍ବରରେ ପ୍ରାଣ ହରାଇଥିବା ଶିଶୁମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

By

Published : Jun 21, 2019, 8:24 PM IST

ଡିଜାଇନ ଫଟୋ

ମୁମ୍ବାଇ: ବିହାରରେ ବର୍ତ୍ତମାନ ଚମକି ଜ୍ବର(ଏନସେଫଲାଇଟସ) ଅନେକ ଶିଶୁଙ୍କ ଜୀବନ ନେଇ ସାରିଲାଣି । ଏହି ରୋଗକୁ ନେଇ ପୁରା ଦେଶରେ ଚହଳ ସୃଷ୍ଟି ହୋଇଛି । ଏଯାବତ ଏଥିରେ 174ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଏପରି ସ୍ଥିତିରେ ବି-ଟାଉନ ଷ୍ଟାର୍ସ ମଧ୍ୟ ଶିଶୁମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ରିଚା ଚଡ୍ଡା

ଅଭିନେତା ପଙ୍କଜ ତ୍ରିପାଠୀ ଶନିବାର ଏକ ଟ୍ବିଟ କରିଛନ୍ତି । ଏଥିରେ ଅଭିନେତ୍ରୀ ରିଚା ଚଡ୍ଡା ରିଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପଙ୍କଜ ତ୍ରିପାଠୀ

ପଙ୍କଜ ଲେଖିଛନ୍ତି, "ମୁଜଫରପୁର ଘଟଣା ଆତ୍ମାକୁ ଭାଙ୍ଗି ଦେଇଛି । ବହୁତ ବିଚଳିତ ଅନୁଭବ କରୁଛି । ବୁଝିପାରୁ ନାହିଁ କି କାହାକୁ ଦୋଷ ଦେବି । ଗୋଟିଏ ଦେଶ, ଗୋଟିଏ ରାଜ୍ୟ, ଗୋଟିଏ ସମାଜ ଏବଂ ଗୋଟିଏ ବ୍ୟକ୍ତିତ୍ବ ସବୁ ସ୍ତରରେ ଆମର ଅସଫଳତା । ଆମେ କେଉଁ ଯୁଗରେ ବଞ୍ଚୁଛେ । ସରକାର, ଅଧିକାର, ସିଷ୍ଟମ, ସମାଜ, ଆପଣ ଏବଂ ମୁଁ ସବୁ ଛୁଆଙ୍କୁ କ୍ଷମା ମାଗିବା କଥା ।"

ଅନ୍ୟପଟେ ପଙ୍କଜଙ୍କ ଟ୍ବିଟକୁ ରିଟ୍ବିଟ କରି ରିଚା ଲେଖିଛନ୍ତି, "ମୁଁ କେବଳ ଏତିକି ଜାଣିଛି ଯଦି କେହି ବିଦେଶୀ ଶକ୍ତି ଆମ ଦେଶରେ ପ୍ରବେଶ କରି କୁନି କୁନି ପିଲାଙ୍କ ଜୀବନ ନେଇଥାଆନ୍ତା ତେବେ ଏହି ସମୟରେ ଆମେ ତାଙ୍କ ସହ ଯୁଦ୍ଧ କରିଥାଆନ୍ତେ । କିନ୍ତୁ ଏଠାରେ ତ ସମସ୍ତେ ନିଜର । ଦୁଃଖଦ କଥା ।"

ରିଚାଙ୍କ ଟ୍ବିଟ ଉପରେ ବର୍ତ୍ତମାନ ଅନେକ ୟୁଜର୍ସ କମେଣ୍ଟ କରିବାରେ ଲାଗିପଡିଛନ୍ତି ଏବଂ ଶିଶୁମୃତ୍ୟୁରେ ପ୍ରଶାସନକୁ ଦାୟୀ କରିଛନ୍ତି ।

ABOUT THE AUTHOR

...view details