ଓଡିଶା

odisha

ETV Bharat / sitara

ମୋଦିଙ୍କୁ ପ୍ରଶ୍ନ କଲେ ଅଭିନେତା ପ୍ରକାଶ ରାଜ

ମୋଦିଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିଛନ୍ତି ଅଭିନେତା ପ୍ରକାଶ ରାଜ । ଏଡିଆରର ରିପୋର୍ଟକୁ ଆଧାର କରି 233 ଅପରାଧି ସାଂସଦଙ୍କ ବରୋଧରେ କହିଛନ୍ତି ପ୍ରକାଶ ।

By

Published : May 28, 2019, 11:14 PM IST

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନ ଅଭିନେତା ପ୍ରକାଶ ରାଜ ପିଏମ ନରେନ୍ଦ୍ର ମୋଦିଙ୍କୁ ନେଇ ପ୍ରଶ୍ନ କରିଛନ୍ତି । କାରଣ 17ତମ ଲୋକସଭାରେ ନିର୍ବାଚିତ ହୋଇଥିବା 542 ସାଂସଦ ମଧ୍ୟରେ 233 ସାଂସଦଙ୍କ ବିରୋଧରେ ଅପରାଧିକ ମକଦ୍ଦମା ରହିଛି । ଏଥିମଧ୍ୟରୁ 159 ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ଏଯାବତ ଚାଲିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରକାଶ ରାଜ

ନିର୍ବାଚନ ପ୍ରକ୍ରିୟା ସହ ସମ୍ପୃକ୍ତ ଥିବା research Institute 'Association of Democratic Alliance' (ଏଡିଆର)ର ଅଧ୍ୟୟନ ରିପୋର୍ଟରେ ଏହି କଥାର ସୂଚନା ଦିଆଯାଇଛି । ଏହାକୁ ଆଧାର କରି ପ୍ରକାଶ ରାଜ, ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି କି କଣ ସଂସଦ ଆଇନ ଉପରେ ।

ପ୍ରକାଶ ରାଜ ଟ୍ବିଟ ଜରିଆରେ ନିଜ ପ୍ରଶ୍ନ ରଖିଛନ୍ତି । ସେ ଲେଖିଛନ୍ତି, "ଡିୟର ସୁପ୍ରୀମ ଲିଡର, ଦେଶକୁ ଆପଣଙ୍କ ନାମରେ ଭୋଟ ଦେବାକୁ କୁହାଯାଇଥିଲା । ଗୋଟିଏ ରିପୋର୍ଟ କହୁଛି କି ଆମର 43 ପ୍ରତିଶତ ସାଂସଦଙ୍କ ନାମରେ ଅପରାଧିକ ମାମଲା ଅଛି । ଏଥିମଧ୍ୟରୁ 116 ସାଂସଦ ଆପଣଙ୍କ ପାର୍ଟିର । ତେବେ ସଂସଦ କଣ ଆଇନ ଉପରେ । ଏବେ ସେହି ସାଂସଦ ଆଇନ ଠାରୁ ବହୁତ ଦୂରରେ ଅଛନ୍ତି ।"

ABOUT THE AUTHOR

...view details