ଓଡିଶା

odisha

ETV Bharat / sitara

ଯୁଧିଷ୍ଠିର-ଭୀଷ୍ମ ପିତାମହଙ୍କ ବିବାଦରେ କୃଷ୍ଣଙ୍କ ଏଣ୍ଟ୍ରି

ବଢିଚାଲିଛି ଦୁଇ ଫେମସ ଅଭିନେତା ଗଜେନ୍ଦ୍ର ଓ ମୁକେଶଙ୍କ ବିବାଦ । ଯେଉଁଥିରେ ପ୍ରତିକ୍ରିୟା ଦେଇ ଏବେ ଚର୍ଚ୍ଚାରେ ନୀତିଶ ଭାରଦ୍ବାଜ ।

By

Published : Oct 10, 2020, 7:56 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବିଆର ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ବାଜଙ୍କ ମନ ଦୁଃଖ। କାରଣ କିଛି ଦିନ ହେବ ତାଙ୍କର ଏହି ଦୁଇ ସହ-ଅଭିନେତା ଗଜେନ୍ଦ୍ର ଚୌହାନ ଓ ମୁକେଶ ଖାନ୍ନା ପରସ୍ପର ସହ ଯୁକ୍ତିତର୍କ କରିବାରେ ବ୍ୟସ୍ତ । ତାଙ୍କ ଅନୁଯାୟୀ ଦୁଇଜଣଙ୍କ ବିଚାରଧାରା ଭିନ୍ନ ଭିନ୍ନ ହୋଇପାରେ ହେଲେ ଏହାକୁ ଆଧାର କରି ପରସ୍ପର ଉପରେ ବ୍ୟକ୍ତିଗତ ଅଭିଯୋଗ କରିବା ଠିକ୍ କଥା ନୁହେଁ ।

କଥାଟି ହେଲା ଯେ କିଛି ଦିନରୁ ‘ଦ କପିଲ ଶର୍ମା’ ଶୋକୁ ନେଇ ଗଜେନ୍ଦ୍ର ଓ ମୁକେଶଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ଏହି ଦୁହେଁ ପରସ୍ପରକୁ ଫ୍ଲପ ଅଭିନେତା ମଧ୍ୟ କହିସାରିଲେଣି ।

ଏହି ବିବାଦକୁ ଦୃଷ୍ଟିରେ ରଖି ନୀତିଶ ପ୍ରତିକ୍ରିୟାରେ କହିଛନ୍ତି, ‘କାହାରିକୁ ଅଧିକାର ନାହିଁ ଅନ୍ୟ ଜଣଙ୍କ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାର। ସମସ୍ତେ ଜାଣିଛନ୍ତି ଗଜେନ୍ଦ୍ର ଫିଲ୍ମ, ରାଜନୀତି ଓ ଏଫଟିଆଇଆଇର ଚେୟାରମ୍ୟାନ ରୂପେ କିପରି କାମ କରିଛନ୍ତି । ଏବେ ସେ ମୁକେଶଙ୍କ ଅଭିନୟ ଉପରେ ପ୍ରଶ୍ନବାଚୀ ସଷ୍ଟି କରି ନିଜ ପ୍ରତିଛବି ଖରାପ କରୁଛନ୍ତି । ମହାଭାରତ ରିଲିଜକୁ ଅନେକ ବର୍ଷ ବିତିସାରିଲାଣି । ଯାହାର କୌଣସି ବି କଳାକାର ଏଯାବତ ବିବାଦରେ ଆସିନାହାଁନ୍ତି । ଏଥି ନିମନ୍ତେ ଏହି ଦୁଇଜଣ ପରସ୍ପର ସହ ଠିକ୍ ବ୍ୟବହାର କରିବା ଦରକାର।’

ପ୍ରକାଶ ଥାଉକି ନୀତିଶଙ୍କୁ ଏହି ବୟାନରୁ ଲାଗୁଛି ଯେ ସେ ମୁକେଶଙ୍କୁ ସମର୍ଥନ କରୁଛନ୍ତି। କାରଣ ମୁକେଶଙ୍କୁ ଫ୍ଲପ ଷ୍ଟାର କହିଥିଲେ ଗଜେନ୍ଦ୍ର । ତାଙ୍କ ଏପରି ବୟାନ ଉପରେ ଖପ୍ପା ନୀତିଶ ।

ABOUT THE AUTHOR

...view details