ଓଡିଶା

odisha

By

Published : Dec 16, 2020, 2:27 PM IST

ETV Bharat / sitara

ନ୍ୟୁଡ ଫଟୋସୁଟ ମାମଲାରେ ପ୍ରତିକ୍ରିୟା ରଖିଲେ ମିଲିନ୍ଦ

ପ୍ରଥମଥର ନିଜ ବିବାଦୀୟ ଫଟୋସୁଟକୁ ନେଇ ବୟାନ ଦେଇଛନ୍ତି ମିଲିନ୍ଦ । ନିକଟରେ ନ୍ୟୁଡ ଫଟୋସୁଟ କରି ସମାଲୋଚନାର ଶିକାର ହୋଇଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ପପୁଲାର ଆକ୍ଟର ଓ ମଡେଲ ମିଲିନ୍ଦ ସୋମନ ନିଜ ଜନ୍ମଦିନରେ ନ୍ୟୁଡ ଫଟୋସୁଟ କରି ବିବାଦ ଘେରରେ ଆସିଥିଲେ । ତାଙ୍କ ଏହି ଫଟୋକୁ ନେଇ କିଛି ଲୋକ ଆପତ୍ତି ପ୍ରକାଶ କରିବାରୁ ଗୋଆରେ ତାଙ୍କ ନାମରେ ଅଭିଯୋଗ ରୁଜୁ ହୋଇଥିଲା । ଅଶ୍ଳୀଳତା ବିସ୍ତାର ପାଇଁ ଏଫଆଇଆର ଦାଖଲ କରାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ସେ ପ୍ରତିକ୍ରିୟା ରଖି ପୁଣି ଚର୍ଚ୍ଚାରେ । କାରଣ ସେ ଏହି ମାମଲାରେ ପ୍ରଥମଥର ଜବାବ ଦେଇଛନ୍ତି ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋ ପାଖରେ କୌଣସି ସୂଚନା ନାହିଁ ଯେ ମୋ ବିରୋଧରେ ଏଫଆଇଆର ରୁଜୁ ହୋଇଛି ବୋଲି । ମୁଁ କୌଣସି ଅଭିଯୋଗ ବିଷୟରେ ଅବଗତ ନୁହେଁ । ମୋତେ ଏ ବିଷୟରେ କେହି କହି ନାହାଁନ୍ତି । ମୁଁ କୌଣସି ସରକାରୀ ନୋଟିସ ଗ୍ରହଣ କରି ନାହିଁ ।’

ଏହାବ୍ୟତୀତ ସେ ନିଜ ନ୍ୟୁଡ ଫଟୋସୁଟ ବିଷୟରେ ଆଲୋଚନା କରି ଜଣାଇଛନ୍ତି, ‘ମୁଁ ଅନେକ ବର୍ଷ ଧରି ନ୍ୟୁଡ ଫଟୋସୁଟ୍ କରିଆସୁଛି । ଯେତେବେଳେ ମୁଁ ପ୍ରଥମ ଥର ଏହା କଲି, ସେହି ସମୟରେ ଏହା ଚର୍ଚ୍ଚାରେ ଥିଲା । ପ୍ରତ୍ୟେକ ଥର ଏକ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଜଣେ ଉଲଗ୍ନ ବ୍ୟକ୍ତି କ’ଣ ? ଭଗବାନ ଆମ ସମସ୍ତଙ୍କୁ ଏହିପରି କରିଛନ୍ତି । ଆମେ ଇଣ୍ଟରନେଟରେ ଏହିପରି ଅନେକ ଲୋକଙ୍କ ଚିତ୍ର ଦେଖିଛେ । ସମସ୍ତଙ୍କର ସ୍ବପ୍ନ ଥାଏ ।’

ପ୍ରକାଶ ଥାଉକି ଏହି ମାମଲାରେ ମିଲିନ୍ଦଙ୍କ ପତ୍ନୀ ଅଙ୍କିତା ମଧ୍ୟ ତାଙ୍କ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ସେ ମଧ୍ୟ ନିଜର ପ୍ରତିକ୍ରିୟା ରଖିସାରିଛନ୍ତି ।

ABOUT THE AUTHOR

...view details