ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ଦିନ ବିତିଯାଇଛି । ସୋମବାର ତାଙ୍କୁ ମୁମ୍ବାଇରେ ଅନ୍ତିମ ବିଦାୟ ଦିଯାଇଥିଲା । ହେଲେ ତାଙ୍କ ଆତ୍ମହତ୍ୟାକୁ ନେଇ କାହାରି ପ୍ରଶ୍ନ ଥମିବାରେ ନାଁ ନେଉନାହିଁ । ବର୍ତ୍ତମାନ ତାଙ୍କ ଆତ୍ମହତ୍ୟାକୁ ଆଧାର କରି ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ କରନ ଜୋହର, ସୋନମ କପୁର, ଆଲିୟା ଭଟ୍ଟ ଓ ସଲମାନ ଖାନଙ୍କ ଭଳି କଳାକାରଙ୍କୁ ଟ୍ରୋଲ କରାଯାଉଛି ।
କେଆରକେଙ୍କ ବଡ ଖୁଲାସା, ଏହି କମ୍ପାନୀ ସୁଶାନ୍ତଙ୍କୁ କରିଥିଲା ବ୍ୟାନ
ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ କମାଲ ଆର ଖାନ । ଏଥର ସେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ସିକ୍ରେଟ ଖୋଲିଛନ୍ତି ।
ଇତିମଧ୍ୟରେ ବିବାଦୀୟ ପ୍ରଯୋଜକ ତଥା ଅଭିନେତା କମାଲ ଆର ଖାନ(କେଆରକେ) ଟ୍ବିଟରରେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ସେ ଟ୍ବିଟରେ କହିଛନ୍ତି କେବଳ 6ଟି କମ୍ପାନୀ ବଲିଉଡକୁ ନିୟନ୍ତ୍ରଣ କରୁଛି । ଯଦି ସେହି କମ୍ପାନୀ କୌଣସି କଳାକାରଙ୍କୁ ପସନ୍ଦ କରୁନାହାଁନ୍ତି ତେବେ ତାହା କ୍ୟାରିୟରକୁ ଶେଷ କରିପାରିବେ । ଏହି କ୍ରମରେ ସାମିଲ ଅଛି କରନଙ୍କ ଧର୍ମା ପ୍ରଡକ୍ସନ । ଆଦିତ୍ୟ ଚୋପ୍ରାଙ୍କ ୱାଇଆରଏଫ, ଭୂଷଣ କୁମାରଙ୍କ ଟି-ସିରିଜ, ଏକତା କପୁରଙ୍କ ବାଲାଜି, ସାଜିଦ ନାଦିୟାଦୱାଲାଙ୍କ ପ୍ରଡକ୍ସନ ହାଉସ ଓ ସଲମାନ ଖାନଙ୍କ ସଲମାନ ଖାନ ଫିଲ୍ମସ ।
ପ୍ରକାଶ ଥାଉକି ଗତ ଫେବୃଆରୀରେ କେଆରକେ ନିଜ ଏକ ଟ୍ବିଟରେ ସୁଶାନ୍ତଙ୍କୁ ନେଇ ବଡ କଥା କହିଥିଲେ । ସେ ଜଣାଇଥିଲେ ଯେ ଦୀର୍ଘ ସମୟରୁ ଧର୍ମା, ସାଜିଦ ନାଦିୟାଦୱାଲା, ୟଶରାଜ ଫିଲ୍ମସ, ଟି-ସିରିଜ, ସଲମାନ ଖାନ, ଦିନେଶ ବିଜନ ଓ ବାଲାଜୀ ଟେଲିଫିଲ୍ମସ ସୁଶାନ୍ତଙ୍କ ଉପରେ ପ୍ରତିବନ୍ଧ ଲଗାଇଥିଲେ । ଯାହାଦ୍ବାରା ସେ କେବଳ ଟିଭି ଶୋ କିମ୍ବା ୱେବ ସିରିଜରେ କାମ କରିପାରିଥାଆନ୍ତେ ।