ମୁମ୍ବାଇ: ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ବାରମ୍ବାର ସମନ ସତ୍ତ୍ବେ ବେଖାତିର କରୁଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ । ED ର କ୍ରମାଗତ ସମନ ପରେ ବି ୪ର୍ଥ ଥର ହାଜର ହେଲେନି ଅଭିନେତ୍ରୀ ।
ସୂଚନା ଅନୁଯାୟୀ ଅର୍ଥ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କୁ ବାରମ୍ବାର ସମନ ପଠାଉଛି । ମାତ୍ର ସେ ଅଲଗା କାମରେ ବ୍ୟସ୍ତ ଥିବା ଦର୍ଶାଇ ED ରେ ହାଜର ହେଉନାହାନ୍ତି । ପ୍ରଥମେ ଜ୍ୟାକଲିନ୍ ତାଙ୍କ ତଦନ୍ତ ପ୍ରକ୍ରିୟାକୁ ଆସନ୍ତା ମାସର ପ୍ରଥମ ସପ୍ତାହ ଯାଏ ଘୁଞ୍ଚାଇ ଦେବାକୁ ED କୁ ଅନୁରୋଧ କରିଥିଲେ । କିନ୍ତୁ ED ଏଥିରେ ରାଜି ହୋଇନଥିଲେ ।