ଓଡିଶା

odisha

ETV Bharat / sitara

ଗୋରଖପୁରରେ ଅମ୍ଳଜାନ କାରଖାନା ପାଇଁ ଚିଠି ଲେଖିଲେ ରବି କିଶନ

ଅମ୍ଳଜାନ କାରଖାନା ପାଇଁ ବଡ ନିଷ୍ପତ୍ତି ନେଲେ ରବି କିଶନ । ଗୋରଖପୁରରେ ଦେଖା ଦେଉଥିବା ଅମ୍ଲଜାନ ସମସ୍ୟାକୁ ଦୃଷ୍ଟିରେ ରଖି ଅମ୍ଳଜାନ କାରଖାନା ସ୍ଥାପନ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଲେଖିଲେ ଚିଠି । ଦେବେ 40 ଲକ୍ଷର ସହାୟତା । ଅଧିକ ପଢନ୍ତୁ...

By

Published : Apr 26, 2021, 11:53 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉତ୍ତରପ୍ରଦେଶ: ଭୋଜପୁରୀ ଆକ୍ଟର ତଥା ବିଜେପି ସାଂସଦ ରବି କିଶନ ଗୋରଖପୁର ଜିଲ୍ଲା ମାଜିଷ୍ଟ୍ରେଟ ବିଜୟେନ୍ଦ୍ର ପାଣ୍ଡିଆନଙ୍କୁ ଏକ ଚିଠି ଲେଖି ଗୋରଖପୁରରେ ଏକ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ଏକ ସ୍ଥାନ ଚିହ୍ନଟ କରିବାକୁ କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା । ଏଥିପାଇଁ ସେ 40 ଲକ୍ଷ ଟଙ୍କା ଦାନ କରିବେ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ରବି ଦେଶର ପରିସ୍ଥିତି ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖିଛି ଏବଂ ମୋର MPLAD ପାଣ୍ଠିରୁ ପିଏମ ରିଲିଫ ପାଣ୍ଠିକୁ 40 ଲକ୍ଷ ଟଙ୍କା ଗୋରଖପୁରରେ ଏକ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ପ୍ରଦାନ କରୁଛି । ଯାହା ଦ୍ବାରା ଗୁରୁତର କୋଭିଡ ରୋଗୀମାନେ ଆଶ୍ବସ୍ତି ପାଇବେ । ଗୋରଖପୁର ପୂର୍ବ ଉତ୍ତରପ୍ରଦେଶର ବୃହତ୍ତମ ସହର ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଚିକିତ୍ସା ଆବଶ୍ୟକତା ପାଇଁ ଗୋରଖପୁର ଉପରେ ନିର୍ଭର କରନ୍ତି। ଏହି କାରଣରୁ ଏକ ଅମ୍ଳଜାନ କାରଖାନା ସ୍ଥାପନ କରିବା ଦ୍ବାରା ଅନେକ ଲୋକ ଜୀବନ ରକ୍ଷା କରିପାରିବା ।’

ସେହିପରି ସେ ଆହୁରି କହିଛନ୍ତି, ‘କୋରୋନା ମହାମାରୀର ଦ୍ବିତୀୟ ଲହର ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଅନେକ ଚିନ୍ତାର ବିଷୟ ଯେ ଦେଶର ଅନେକ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ରହିଛି। ଏଭଳି ସଙ୍କଟକୁ ଦୃଷ୍ଟିରେ ରଖି ମୁଁ ଗୋରଖପୁରର ଭିତ୍ତିଭୂମିକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଦ୍ବାରା ଏହି ଚ୍ୟାଲେଞ୍ଜଗୁଡିକ ମୁକାବିଲା ପାଇଁ ଜିଲ୍ଲା ସୁସଜ୍ଜିତ ହେବ।’

ଏହାବ୍ୟତୀତ ସେ ଜଣାଇଛନ୍ତି ଯେ ଯୋଗୀ ଆଦିତ୍ୟନାଥ ସରକାର କୋଭିଡ -19କୁ ମୁକାବିଲା କରିବା ଏବଂ ଲୋକଙ୍କୁ ଏହି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ଉପାୟରେ ଆନ୍ତରିକ ଉଦ୍ୟମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details