ଓଡିଶା

odisha

ETV Bharat / sitara

ଟାଇଗରଙ୍କ ଫିଟନେସ ରାଜ୍ ଖୁଲାସା କଲେ ଟ୍ରେନର

ପ୍ରାୟତଃ ନିଜ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଚକିତ କରନ୍ତି ଟାଇଗର । ସବୁବେଳେ ଫିଟ୍ ରହିବାକୁ ସେ କରନ୍ତି କଡା ପରିଶ୍ରମ । ଖୁଲାସା କଲେ ଫିଟନେସ୍‌ ଟ୍ରେନର । ଅଧିକ ପଡନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 14, 2021, 1:53 PM IST

ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ଟାଇଗର ଶ୍ରଫଙ୍କ ଆକ୍ସନ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ତାଙ୍କ ଫିଟନେସ୍ ଦେଖି ସମସ୍ତେ ଦିୱାନା । ସେ ନିଜ ୱାର୍କଆଉଟ ପାଇଁ ଲୋକପ୍ରିୟତା ହାସିଲ କରିଛନ୍ତି । ଖାଲି ଏତିକି ନୁହେଁ ଡାନ୍ସରେ ମଧ୍ୟ ସେ ମାହିର । ତେବେ ତାହା ମାଇକେଲ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ସ ହେଉ କିମ୍ବା କଡା ଷ୍ଟଣ୍ଟ ସବୁ କିଛି କରିକି ଦେଖାଆନ୍ତି ସେ । ଇତିମଧ୍ୟରେ ତାଙ୍କ ଫିଟନେସ୍‌ର ରାଜ ଖୋଲିଛନ୍ତି ତାଙ୍କ ଫିଟନେସ୍ ଟ୍ରେନର ।

ସେହିପରି ଟ୍ରେନର ଜଣାଇଛନ୍ତି ଯେ ଟାଇଗର ଫିଲ୍ମ ସୁଟିଂ ବ୍ୟତୀତ ୱେଟ୍ ଲିଫ୍ଟିଂ କିକ୍ସ ନହେଲେ ଜିମନାଷ୍ଟିକ କରି ନିଜ ସମୟ ବିତାନ୍ତି । ସାଧାରଣତଃ ସେ 12 ଘଣ୍ଟା ଟ୍ରେନିଂ ନିଅନ୍ତି । ଆଉ ଟ୍ରେନିଂ ସମୟରେ ସେ ନୂଆ ନୂଆ ସ୍କିଲ୍ସ ଟ୍ରାଏ କରନ୍ତି । ସେହିପରି ୱାର୍କଆଉଟ ବ୍ୟତୀତ ସେ ନୂଆ ନୂଆ ଡାନ୍ସ ଫର୍ମ ମଧ୍ୟ ଟ୍ରାଏ କରନ୍ତି ।

ଖାଲି ଏତିକି ନୁହେଁ ସେ ନିଜ ଫିଗର ଉପରେ ଅଧିକ ଧ୍ୟାନ ଦେବା ସହ ନିଜ ଡଏଟ କଣ୍ଟ୍ରୋଲ ମଧ୍ୟ କରନ୍ତି । ଯାହାଦ୍ବାରା ସେ ସବୁ ଷ୍ଟଣ୍ଟ ସହଜରେ କରିପାରନ୍ତି ବୋଲି କହିଛନ୍ତି ଟ୍ରେନର ।

ABOUT THE AUTHOR

...view details